ସାହାରା ଜମାକାରୀଙ୍କୁ ମିଳିବ ଜମା ଟଙ୍କା

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା କରି ସମସ୍ୟାରେ ପଡ଼ିଥିବା ନିବେଶକ ଫେରିପାଇବେ ଟଙ୍କା । ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହାର ନାଁ ରହିଛି ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲ । ଏହାର ଶୁଭାରମ୍ଭ କେନ୍ଦ୍ର ଗୃହ ଓ କୋପରେଟିଭ ମନ୍ତ୍ରୀ ଅମିତ ଶାହା କରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ନିବେଶକମାନେ ନିଜ ଟଙ୍କା ଫେରସ୍ତ ପାଇଁ ଦାବି ଉପସ୍ଥାପନ କରିପାରିବେ । ପ୍ରଥମେ ନିବେଶକମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ତତ୍କାଳ ପାଇପାରିବେ ।

କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ  ଅମିତ ଶାହା  ନୂଆଦିଲ୍ଲୀରେ କେନ୍ଦ୍ରୀୟ ସମବାୟ ସମିତି ରେଜିଷ୍ଟ୍ରାର (ସିଆରସିଏସ୍)-ସାହାରା ରିଫଣ୍ଡ ପୋର୍ଟାଲ https://mocrefund.crcs.gov.inଶୁଭାରମ୍ଭ କରିଛନ୍ତି। ସାହାରା ଗ୍ରୁପ୍ ର ସମବାୟ ସମିତି- ସାହାରା କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରାୟାନ୍ ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍, ହମାରା ଇଣ୍ଡିଆ କ୍ରେଡିଟ୍ କୋପରେଟିଭ୍ ସୋସାଇଟି ଲିମିଟେଡ୍ ଏବଂ ଷ୍ଟାର୍ସ ବହୁମୁଖୀ ସମବାୟ ସମିତି ଲିମିଟେଡ୍ ର ପ୍ରକୃତ ଜମାକାରୀଙ୍କ ଦାବି ଦାଖଲ ପାଇଁ ଏହି ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି।

YouTube player