ରାଜେନ୍ଦ୍ର ଗୁଧାଙ୍କୁ ମନ୍ତ୍ରୀ ବଦରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ମଣିପୁରରେ ମହିଳାଙ୍କୁ ଅତ୍ୟାଚାର ନେଇ ସମସ୍ତେ ଚର୍ଚା କରୁଥିବା ବେଳେ ରାଜସ୍ତାନରେ ମହିଳାଙ୍କ ଉପରେ ଅତ୍ୟାଚାର ନେଇ କେହି ଚର୍ଚା କରୁନାହାଁନ୍ତି । ଏଭଳି କଥା କହି କଂଗ୍ରେସ ନେତା ଏବେ ରାଜେନ୍ଦ୍ର ଗୁହା ମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ।  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମନ୍ତ୍ରୀ ରାଜେନ୍ଦ୍ର ଗୁଧାଙ୍କୁ ପଦରୁ ବହିଷ୍କାର କରିଛନ୍ତି। ରାଜସ୍ଥାନ ସରକାରର ମନ୍ତ୍ରୀ ତିବା  ରାଜେନ୍ଦ୍ର ବିଧାନସଭାରେ ନିଜ ସରକାରକୁ ଟାର୍ଗେଟ କରିଛନ୍ତି। ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଥିବା ବେଳେ ସେ ନିଜ ସରକାର ଉପରେ ପ୍ରଶ୍ନ ଉଠାଇଛନ୍ତି। ଆମେ ଅନ୍ୟକୁ କହିବା ବେଳେ ଆମ ରାଜ୍ୟରେ ମହିଳାଙ୍କୁ କେତେ ସମ୍ମାନରେ ରଖିଛେ ତାହା ଦେଖିବା ଦରକାର ।

ନିଜ ସରକାରରେ ଖୋଳତାଡ଼ କରି ମନ୍ତ୍ରୀ ରାଜେନ୍ଦ୍ର ଗୁଧା କହିଛନ୍ତି ଯେ ମଣିପୁର ପରିବର୍ତ୍ତେ ଆମ ନିଜ ଘର ପଛପଟକୁ ଦେଖିବା ଉଚିତ୍‌। ଆମକୁ ଏହା ସ୍ବୀକାର କରିବାକୁ ପଡ଼ିବ ଯେ, ଆମେ ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଆମେ ବିଫଳ ହୋଇଛୁ। ରାଜସ୍ଥାନରେ ଯୋଭଳି ମହିଳାଙ୍କ ଉପରେ ଅତ୍ୟାଚାର କିପରି ବୃଦ୍ଧି ପାଇଛି, ମଣିପୁର ପରିବର୍ତ୍ତେ ଆମେ ନିଜ ନିଜ ଘର ପଛପଟକୁ ଦେଖିବା ଉଚିତ୍‌।