କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରୀ ବଙ୍ଗଳା ଛାଡିଲେ
ନୂଆଦିଲ୍ଲୀ: ବହୁ ବାଦ ବିବାଦ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା ଛାଡିଛନ୍ତି । ଏନେଇ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଛନ୍ତି । ରାହୁଲ ଗାନ୍ଧି ଆଜି ଏହି ବଙ୍ଗଳାରେ 20 ବର୍ଷ ଧରି ଥିଲେ । ତେବେ ବଙ୍ଗଳା ଖାଲି କରିବା ସମୟରେ ରାହୁଲ ଗାନ୍ଧୀ କହିଥିଲେ ଯେ ସତ କହିବାର ମୂଲ୍ୟ ମୁଁ ଦେଇଛି। ଏହା ପରେ ସେ ମା ସୋନିଆ ଗାନ୍ଧୀଙ୍କ ବାସଭବନକୁ ଚାଲିଯାଇଥିଲେ । ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କରିବାବେଳେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ତାଙ୍କ ସହ ଥିଲେ। ବଙ୍ଗଳା ଛାଡିବାବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁଁ ଆଉ ଏହି ଘରେ ରହିବାକୁ ଚାହେଁ ନାହିଁ, କାରଣ ଭାରତର ଲୋକମାନେ ମୋତେ ଏହି ଘର ଦେଇଥିଲେ । ବର୍ତ୍ତମାନ ମୁଁ ୧୦ ଜନପଥରେ ରହିବି ।
#WATCH | Delhi: Congress leader Rahul Gandhi hands over his official bungalow, at Tughlak Lane, in the presence of Former Congress president Sonia Gandhi & party General Secretary Priyanka Gandhi Vadra and KC Venugopal.
(Source: AICC) pic.twitter.com/m9Utx0X0F4
— ANI (@ANI) April 22, 2023