ରୋଭର୍ ‘ପ୍ରଜ୍ଞା’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଛି
ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍ ପ୍ରଜ୍ଞା ଏବେ ଲ୍ୟାଣ୍ଡର୍ରୁ ଗଡ଼ି ଗଡ଼ି ବାହାରକୁ ଯିବା ପରେ ଚାଲୁଛି। ଯାହାକୁ ନେଇ ଚାରିଆଡେ ଚର୍ଚା ଚାଲିଛି । ଗତକାଲି ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ ଚନ୍ଦ୍ରପୃଷ୍ଠରେ ନିଜର କାମ ଆରମ୍ଭ କରିଛି ରୋଭର ପ୍ରଜ୍ଞା । ଗତ ସନ୍ଧ୍ୟାରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠ ଅବତରଣ ସମୟରେ ସେ ଅଞ୍ଚଳରେ ପ୍ରବଳ ଧୂଳି ଉଡ଼ିଥିଲା। ଧୂଳି ଚନ୍ଦ୍ରପୃଷ୍ଠରେ ବସିଯିବା ପରେ ଲାଣ୍ଡର୍ ବିକ୍ରମର ଅଭ୍ୟନ୍ତରରେ ରୋଭର୍ ପ୍ରଜ୍ଞା ଚଳପ୍ରଚଳ ଆରମ୍ଭ କରି ସେଥିରୁ ପଦାକୁ ବାହାରି ଆସିଥିଲା । ପ୍ରଜ୍ଞା ବାହାରକୁ ଆସୁଥିବାର ଦୃଶ୍ୟ ଥିବା ପ୍ରଥମ ଫଟୋ ସେୟାର୍ କରିଥିଲେ ‘ଇଣ୍ଡିଆନ୍ ନ୍ୟାସ୍ନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ୍ ଅଥରାଇଜେସନ୍ ସେଣ୍ଟର୍’ର ଅଧ୍ୟକ୍ଷ ପବନ ଗୋଏଙ୍କା। ଏହାକୁ ନେଇ ସୋସିଆଲ ମିଡିଆରେ ଭାରତ ଜୟଗାନ ହେଉଛି ।