ରଜୌରୀ ଆତଙ୍କୀ ହାମ୍‌ଲା: ୫ଯବାନ ସହିଦ୍

ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବ‌ା ରଜୌରୀରେ ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଉପରେ ଅତର୍କିତ ଆକ୍ରମଣ କରିଥିଲେ।  ଆକ୍ରମଣରେ ଏପର୍ଯ୍ୟନ୍ତ ୫ଜଣ ଯବାନ ସହିଦ ହୋଇଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ରଜୌରୀ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀମାନେ ଏକ ପାହାଡ଼ ନିକଟରେ ଲୁଚି ରହି ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ୍‌ କରିଥିଲେ। ତେବେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଆମେରିକା ନିର୍ମିତ ଏମ୪ କାର୍ବାଇନ୍ ରାଇଫଲ ବ୍ୟବହାର କରିଥିଲେ । ଜମ୍ମୁ କଶ୍ମୀରର ରଜୌରୀ-ପୁଞ୍ଚ ସେକ୍ଟରରେ ଆତଙ୍କବାଦକୁ ପୁନର୍ଜୀବିତ କରିବାକୁ ପାକିସ୍ତାନ ଚେଷ୍ଟା କରୁଥିବା ଜଣାପଡ଼ିଛି। କାରଣ ପ୍ରାୟ ୨୫-୩୦ ପାକିସ୍ତାନୀ ଆତଙ୍କବାଦୀ ଏହି ଅଞ୍ଚଳର ଜଙ୍ଗଲ ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।