ଦେଶ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ଦେଉଛନ୍ତି ବିରୋଧୀ : ମୋଦି
ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ଉପରେ ବର୍ଷିଛନ୍ତି । କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି । ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହି ଦଳ ଗୁଡ଼ିକ ସବୁବେଳେ ଦେଶ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ଦେଇଆସିଛନ୍ତି । ଭାରତୀୟ ସେନା ପ୍ରତି ଏମାନଙ୍କ ବିଶ୍ବାସ ନଥିଲା, ପାକିସ୍ତାନ ପ୍ରତି ଥିଲା । କରୋନାରେ ଭାରତୀୟ ଟିକା ନୁହେଁ, ବିଦେଶୀ ଟିକାକୁ ବିଶ୍ୱାସ କରୁଥିଲେ । କଂଗ୍ରେସ ପ୍ରତି ସାରା ଦେଶବାସୀଙ୍କର ଅନାସ୍ଥା ଭାବ ବହୁତ ଗଭୀର । ଆତ୍ମଗର୍ବ ପାଇଁ କଂଗ୍ରେସ ନିଜ ପାଦ ତଳର ମାଟି ବି ଦେଖିପାରୁନାହିଁ ବୋଲି କହିଛନ୍ତି ମୋଦି ।
#WATCH | PM Modi says, "People of the country have no confidence in Congress. Due to arrogance, they are not able to see the reality. In Tamil Nadu, they won in 1962 and since 1962 the people of Tamil Nadu are saying 'No Congress'. In West Bengal they won in 1972, people of West… pic.twitter.com/8xHvTcIIKm
— ANI (@ANI) August 10, 2023
ମୋଦୀ କହିଛନ୍ତି ଯେ ଏଥର ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ ବିରୋଧୀ ଦଳ ନେତାଙ୍କୁ ଭଲଭାବରେ କହିବାର ସୁଯୋଗ ଦିଆଗଲା ନାହିଁ । ୨୮ ବର୍ଷ ହେଲା ଓଡ଼ିଶାବାସୀ କଂଗ୍ରେସକୁ ବିଶ୍ୱାସକୁ ନେଇନାହାନ୍ତି -ଓଡ଼ିଶାରେ କଂଗ୍ରେସକୁ ୨୮ ବର୍ଷ ହେଲା କହିଛନ୍ତି ‘ନୋ କନଫିଡେନ୍ସ’ -ଓଡ଼ିଶା ସହ ତାମିଲନାଡୁ, ପଶ୍ଚିମବଙ୍ଗ, ବିହାର ଉଦାହରଣ ବି ଦେଲେ -ଉତ୍ତରପ୍ରଦେଶ, ବିହାର, ତ୍ରିପୁରା, ନାଗାଲାଣ୍ଡ ଉଦାହରଣ ବି ଦେଲେ ।
#WATCH | PM Narendra Modi says, "Vipaksh ke logon ko ek secret vardaan mila hua hai ki jiska bhi yeh log bura chahenge uska bhala hi hoga.' One such example is standing before you. '20 saal ho gaye kya kuch nahi hua par bhala hi hota gaya.." pic.twitter.com/uT8vjtHvSC
— ANI (@ANI) August 10, 2023