ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ ଅତିଥି କରିବାକୁ ଚାହୁଁଛି ଭାରତ । ଏନେଇ ନିମନ୍ତ୍ରଣ ମଧ୍ୟ ପଠାଇଛି ଭାରତ । ଯଦି ଜୋ ବାଇଡେନ ରାଜି ହୁଅନ୍ତି ତେବେ ଆସନ୍ତା ସାଧାରଣତନ୍ତ୍ରୀ ଦିବସରେ ମୁଖ୍ୟ ଅତିଥି ହେବେ ବାଇଡେନ । ଏସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆମେରିକା ରାଷ୍ଟ୍ରପତି ଏଥର ବିଦେଶୀ ମୁଖ୍ୟ ଅତିଥି ଭାବେ ସାମିଲ ହେବାକୁ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟୀ କହିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ନିକଟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ କରିଥିବା ସେ କହିଛନ୍ତି । ଆମେରିକାର ରାଜଦୂତଙ୍କ କହିବାନୁସାରେ, ନିକଟରେ ଶେଷ ହୋଇଥିବା ଜି -20 ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି।