ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ବିରୋଧୀ ଦଳମାନଙ୍କ ବୈଠକ ପରେ ସଂଧ୍ୟାରେ ଦିଲ୍ଲୀରେ ଏନଡିଏର ବୈଠକ ହୋଇଥିଲା । ଏନଡିଏ ବୈଠକରେ ୩୮ଟି ଦଳ ଯୋଗ ଦେଇଥିଲେ । ମୋଦୀ ପହଞ୍ଚିବା ପରେ ଏନଡିଏର ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ବିରୋଧୀ ମେଣ୍ଟକୁ ନେଇ କଟାକ୍ଷ କରିଥିଲେ ପ୍ରଧାନମନ୍ତ୍ରୀ । ବିରାେଧୀଙ୍କୁ ଭେଜାଲ ବୋଲି କହିଥିଲେ ମୋଦି । ଏପରିକି ବିରୋଧୀ ମେଣ୍ଟର ନାମକୁ ନେଇ ମଧ୍ୟ କଟାକ୍ଷ କରଥିଲେ । ସେପଟେ ବିରୋଧୀଙ୍କ ଇଣ୍ଡିଆ ନାମକୁ ନେଇ ନୀତିଶ ମଧ୍ୟ ବିରୋଧ କରିଥିଲେ । ୟୁପିଏ ଇମେଜ ଖରାପ ହୋଇଥିବାରୁ ଇଣ୍ଡିଆ ନାମ ନେଇ ବିରୋଧୀ ପାର ହେବାକୁ ବସିଛି ବୋଲି ବିଭିନ୍ନ ନେତା ମତବ୍ୟକ୍ତ କରିଛନ୍ତି ।

"Ours is time tested alliance which seeks to further national progress…": PM Modi ahead of NDA meet
Read @ANI Story | https://t.co/sCxGR74hp6#PMModi #NDAMeeting #BJP pic.twitter.com/Umdtu84kIK
— ANI Digital (@ani_digital) July 18, 2023