ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ / ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନେ ଯୋଗ ଦେଇଥିଲେ ।

 କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ବିକଶିତ ଭାରତ @ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ଉଚିତ । ସେ କହିଛନ୍ତି ଯେ ପରବର୍ତ୍ତୀ ୨୫ବର୍ଷ ପାଇଁ ଜାତୀୟ ବିକାଶ ଏଜେଣ୍ଡା ସହିତ ସମାନ୍ତରାଳ ଭାବେ ରଣନୀତି ପ୍ରସ୍ତୁତ କରିବାରେ ନୀତି ଆୟୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ନୀତି ଆୟୋଗ ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ଦେଶ ଅମୃତ କାଳର ଦୃଷ୍ଟିଭଙ୍ଗୀ ହାସଲ କରିବା ଦିଗରେ ବଡ ଲମ୍ଫ ଦେଇପାରିବ ।

 ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଏବଂ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ(ଏବିପି) ଭଳି ସହଯୋଗୀ ତଥା ପ୍ରତିଯୋଗୀ ସଂଘୀୟତାକୁ ଦୃଢ କରିବା ପାଇଁ ନୀତି ଆୟୋଗ ଏକାଧିକ ପଦକ୍ଷେପ ନେଉଛନ୍ତି । ଏହି ଉଭୟ କାର୍ଯ୍ୟକ୍ରମ କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲା ମିଳିତ ଭାବରେ କାର୍ଯ୍ୟ କରିବାର ଶକ୍ତି ଏବଂ ତୃଣମୂଳ ସ୍ତରରେ ସାଧାରଣ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବାରେ ତଥ୍ୟ ଆଧାରିତ ଶାସନର ପ୍ରଭାବ ପ୍ରଦର୍ଶନ କରିଥାଏ ।

ଆନ୍ତର୍ଜାତୀୟ ମିଲେଟ ବର୍ଷରେ ଶ୍ରୀ ଅନ୍ନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଅମୃତ ସରୋବର କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

ରାଜ୍ୟ ସ୍ତରରେ ଆର୍ଥିକ ଅନୁଶାସନକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ । କେବଳ ଭିତ୍ତିଭୂମି ଏବଂ ଲଜିଷ୍ଟିକ ପାଇଁ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସାମାଜିକ ଭିତ୍ତିଭୂମି ସୃଷ୍ଟି ପାଇଁ ମଧ୍ୟ ସକ୍ରିୟ ଭାବେ ଗତି ଶକ୍ତି ପୋର୍ଟାଲକୁ ବ୍ୟବହାର କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ ।

ଦେଶରେ ଅନୁଷ୍ଠିତ ହେଉଥିବା ଜି -୨୦ ବୈଠକ ବିଷୟରେ ସେ କହିଛନ୍ତି ଯେ ବିଶ୍ ସ୍ତରରେ ଜି -୨୦ ଭାରତ ପାଇଁ ଗୌରବ ଆଣିଥିବା ବେଳେ ଏହା ରାଜ୍ୟମାନଙ୍କୁ ବିଶ୍ୱସ୍ତରୀୟ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛି ।

ମୁଖ୍ୟମନ୍ତ୍ରୀ / ଲେଫଲାଣ୍ଟ ଗଭର୍ଣ୍ଣରମାନେ ବିଭିନ୍ନ ନୀତି ସ୍ତରୀୟ ପରାମର୍ଶ ଦେଇଥିଲେ । ସେମାନେ ରାଜ୍ୟଗୁଡିକ ସମ୍ବନ୍ଧୀୟ ର୍ନିଦ୍ଦିଷ୍ଟ ପ୍ରସଙ୍ଗଗୁଡିକ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା କେନ୍ଦ୍ର-ରାଜ୍ୟ ସହଯୋଗ ଆବଶ୍ୟକ କରେ । ସେଗୁଡିକ ମଧ୍ୟରେ ସବୁଜ ରଣନୀତି ବାଛିବା, ଜୋନ୍ ୱାରୀ ଯୋଜନା କରିବା, ପର୍ଯ୍ୟଟନ, ସହରୀ ଯୋଜନା, କୃଷି, କାର୍ଯ୍ୟର ଗୁଣବତ୍ତା, ଲଜିଷ୍ଟିକ୍ସ ଭଳି କ୍ଷେତ୍ରଗୁଡିକରେ ସେମାନଙ୍କ କେତେକ ପ୍ରମୁଖ ପରାମର୍ଶ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ କହିଥିଲେ ।

ବୈଠକରେ ଅଂଶଗ୍ରହଣ କରି ସେମାନଙ୍କର ମତ ଏବଂ ଅଭିଜ୍ଞତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ଲେଫଲାଣ୍ଟ ଗଭର୍ଣ୍ଣରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ନୀତି ଆୟୋଗ ରାଜ୍ୟଗୁଡିକର ଚିନ୍ତା, ଆହ୍ୱାନ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଅଧ୍ୟୟନ କରିବେ ଏବଂ ପରବର୍ତ୍ତୀ ସମୟରେ ଯୋଜନା ପ୍ରସ୍ତୁତ କରିବେ ।