ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଓଡ଼ିଶାର ଜୁଏଲ ଓରାମଙ୍କ ପାଖକୁ ଫୋନ୍ କଲ୍ ଆସିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ମଧ୍ୟ ଫୋନ୍ କଲ୍ ଆସିଛି। ଉଭୟ ଜୁଏଲ୍ ଏବଂ ଅଶ୍ବିନୀ ମୋଦୀଙ୍କ ବାସଭବନକୁ ଯାଇଛନ୍ତି। ଆଜି ମୋଦୀଙ୍କ ସହ ୩୦ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି । ସମ୍ଭାବିତ ମନ୍ତ୍ରୀଙ୍କ ପାଖକୁ ଫୋନ୍ ଯିବା ଆରମ୍ଭ ହୋଇଗଲାଣି । ସୂଚନା ଅନୁସାରେ ରାଜନାଥ ସିଂହ, ନୀତୀନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀ, ପୀୟୁଷ ଗୋଏଲଙ୍କ ପାଖକୁ ଫୋନ୍ ଯାଇଛି ।ସେହିପରି ଜୀତନରାମ ମାଂଝୀ, ଜୟନ୍ତ ଚୌଧୁରୀ ଓ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ଫୋନ୍ ଯାଇଛି । ଟିଡିପିର ଦୁଇ ଜଣ ରାମ ମୋହନ ନାଇଡୁ ଓ ଡ. ଚନ୍ଦ୍ରଶେଖରଙ୍କୁ ଫୋନ୍ କଲ ଯାଇଛି । ସେହିପରି ଜେଡିୟୁର ରାମନାଥ ଠାକୁରଙ୍କୁ ଫୋନ୍ ଯାଇଥିବା ଜଣାପଡ଼ିଛି । ବିହାରର ଏନଡିଏର ସହଯୋଗୀ ଦଳ ଏଲଜେପିର ଚିରାଗ ପାସୱାନଙ୍କୁ ମଧ୍ୟ ଫୋନ ଯାଇଛି । ଫୋନ ଯାଇଥିବା ନେତାମାନେ ମୋଦୀଙ୍କ କ୍ୟାବିନେଟରେ ସାମିଲ ହେବା ନେଇ ସୂଚନା ମଳିଛି ।
Trending
- ମୋଦୀଙ୍କୁ ଭୋଟ ଚୋର କହିଲେ ରାହୁଲ
- ପ୍ରଥମ ରାଷ୍ଟ୍ରପତି ଭାବେ ରାଫେଲରୁ ଉଡାଣ ଭରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁମୁଁ
- ୧୯୯୯ ମହାବାତ୍ୟାକୁ ପୂରିଲା ୨୬ ବର୍ଷ
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
Next Post