ପାନ୍-ଆଧାର ସଂଯୋଗର ଶେଷ ତାରିଖ ଆଜି
ନୂଆଦିଲ୍ଲୀ : ଆଜି ପାନ୍-ଆଧାର ସଂଯୋଗର ଶେଷ ତାରିଖ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ପାନ୍ ସହିତ ଆଧାର ନମ୍ବର ସଂଯୋଗର ଶେଷ ତାରିଖ ଜୁନ ୩୦ ରଖାଯାଇଛି। ଆପଣ ଯଦି ପାନ ସହ ଆଧାର ସଂଯୋଗ କରିନାହାଁନ୍ତି ତେବେ ଫାଇନ ଏକ ହଜାର ଟଙ୍କା ଦେଇ କରିନିଅନ୍ତୁ । ଆଜି ସୁଦ୍ଧା ଏହି କାମ ଶେଷ କରିବାକୁ ହେବ। ଏହା ନକରିଲେ ଜୁଲାଇ ପହିଲାରୁ ପାନ୍ ନମ୍ବର ଅଚଳ ହୋଇଯିବ।