କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ:  କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମେନ ଚାଣ୍ଡିଙ୍କ ପରଲୋକ ହୋଇଛି। ମଙ୍ଗଳବାର ଦିନ ତାଙ୍କ ପରିବାର ତଥା କେରଳ କଂଗ୍ରେସ ସଭାପତି କେ ସୁଧାକରନ ଏ ସଂପର୍କରେ ଘୋଷଣା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ଦୁଇଥର କେରଳର ମୁଖ୍ୟମନ୍ତ୍ରୀ ‌ଭାବେ ଚୟନ ହୋଇଥିବା ଚାଣ୍ଡିଙ୍କର ମଙ୍ଗଳବାର ସକାଳେ ବେଙ୍ଗାଲୁରୁରେ ମୃତ୍ୟୁ ଘଟିଛି। ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପୁଅ ଚାଣ୍ଡି ଓମେନ ଏକ ଫେସବୁକ ପୋଷ୍ଟରେ  ‘ଆପା ଚାଲିଗଲେ’ ବୋଲି ଲେଖିଛନ୍ତି। ଓମେନ ଚାଣ୍ଡିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଗତ କିଛି ଦିନ ଧରି ସେ ଚିକିତ୍ସା ପାଇଁ ବେଙ୍ଗାଲୁରୁରେ ରହିଥିଲେ।