ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଅଣ୍ଡିରା ଚିତା ସୁରଜର ମୃତ୍ୟୁ

ଭୋପାଳ :  ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ । ଅଣ୍ଡିରା ଚିତା ସୁରଜର ମୃତ୍ୟୁ ହୋଇଛି । କିଛି ଦିନ ଧରି ଗୁରୁତର ଭାବେ ଅସୁସ୍ଥ ଥିଲା ଚିତା । ପାଞ୍ଚ ମାସ ମଧ୍ୟରେ ୮ଟି ଚିତାର ମୃତ୍ୟୁ ହେଲାଣି । ଦୁଇ ଦିନ ତଳେ ଚିତା ତେଜସର ମୃତ୍ୟୁ ହୋଇଥିଲା ।ତେଜସକୁ ଆହତ ଅବସ୍ଥାରେ ପାଇଥିଲେ ମନିଟରିଂ ଟିମ୍ । ଏହା ପରେ ଚିତାର ଚିକିତ୍ସା କରାଯାଇଥିଲା । କିନ୍ତୁ ଚିକିତ୍ସା ପରେ ମଧ୍ୟ ଚିତାର ଜୀବନ ବଞ୍ଚାଯାଇପାରିନଥିଲା । ମୃତ୍ୟୁ ପୂର୍ବରୁ ଚିତାଟି ଅନେକ ସମୟ ଧରି ଅଚେତ ଥିଲା । ଚିତା ସୂରଜ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିଲା ।