ପୁଣି ଥରେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

ଶାସକ ମେଣ୍ଟ ଏନ୍‌ଡିଏ ସମର୍ଥିତ  ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି। ଇଣ୍ଡିଆ ମେଣ୍ଟ୍‌ର ପ୍ରତିନ୍ଦ୍ବନ୍ଦ୍ବୀ ପ୍ରାର୍ଥୀ କେ ସୁରେଶଙ୍କୁ ହରାଇଛନ୍ତି ଓମ୍‌ ବିର୍ଲା। ଏଥର ନିର୍ବାଚିତ ହେବା ପ‌ରେ ସେ ଦ୍ବିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି। ଭୋଟ୍‌ ଡିଭିଜନ୍‌ ଦାବି ନଥିବାରୁ ତାଙ୍କୁ ସିଧାସଳଖ ନିର୍ବାଚିତ କରାଯାଇଛି।ବିରୋଧୀ ଦଳ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକର ପ୍ରାର୍ଥୀ ଥିବା କଂଗ୍ରେସ ନେତା କେ ସୁରେଶଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିଜର ସମର୍ଥନ‌ ଦେଇଥଲେ। ତା’ସତ୍ତ୍ବେ ବି ସେ ହାରିଯାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ୨୦ ମିନିଟର ଫୋନ୍ କଲ ପରେ କେ ସୁରେଶଙ୍କୁ ତ୍ରୁଣମୂଳ କଂଗ୍ରେସର ସମର୍ଥନ ମିଳିଥିଲା।

୧୯୭୬ ମସିହା ପରଠାରୁ ଏହା ହେବ ପ୍ରଥମ ବାଚସ୍ପତି ନିର୍ବାଚନ। ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ପ୍ରସ୍ତାବ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂହ ତ‌ାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।