କେରଳରେ ନିପା ଭୟରେ ୭ ଗାଁ କଣ୍ଟେନମେଣ୍ଟ ଜୋନ୍‌ : କୋଝିକୋଡ଼ରେ ସମସ୍ତ ସ୍କୁଲ୍‌ ବନ୍ଦ

କେରଳ: କେରଳର କୋଝିକୋଡ଼ ଜିଲ୍ଲାରେ ୨ ଜଣଙ୍କ ନିପା ଭାଇରସ୍‌ରେ ମୃତ୍ୟୁ ହେବାପରେ ରାଜ୍ୟରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ‌ କୋଝିକୋଡ଼ ଜିଲ୍ଲାରେ ଜଣେ ୯ ବର୍ଷୀୟ ଶିଶୁ ସମେତ ମୋଟ୍‌ ୪ ଜଣ ନିପା ଭାଇରସ୍‌ରେ ଆକ୍ରାନ୍ତ ହେବାପ‌ରେ ସଂକ୍ରମଣ ରୋକିବା ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ ହୋଇଛି। ପ୍ରଭାବିତ ଅଞ୍ଚଳରେ କିଛି ସ୍କୁଲ୍‌ ଏବଂ ଅଫିସ୍‌ ବନ୍ଦ ହୋଇଛି ।  ଏହା ମଣିଷଙ୍କ ମଧ୍ୟରେ ବ୍ୟାପୁଛି। ଏହା କମ୍‌ ସଂକ୍ରାମକ ହୋଇଥିଲେ ସୁଦ୍ଧା ମୃତ୍ୟୁ ହାର ଉଚ୍ଚ ରହୁଛି। ପୂର୍ବରୁ ୨୦୧୮ ଏବଂ ୨୦୨୧ରେ ରାଜ୍ୟରେ ନିପା ଆତଙ୍କ ଖେଳାଇଥିଲା। ୭ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଶତାଧିକ ଲୋକଙ୍କୁ ଏନେଇ ପରୀକ୍ଷା କରାଯାଉଛି ।