କଳାପାଣି ଜେଲ ଯିବେ ଦୁର୍ଦ୍ଦାନ୍ତ ଅପରାଧୀ

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ଅପରାଧକୁ କମାଇବା ପାଇଁ  ଗ୍ୟାଙ୍ଗଷ୍ଟରଙ୍କୁ କଳାପାଣି ପଠାଯିବ ବୋଲି କୁହାଯାଉଛି । ଆଣ୍ଡାମାନ ସିଫ୍ଟ ହେବେ ଦୁର୍ଦ୍ଦାନ୍ତ ଅପରାଧୀ । ଏନଆଇଏ  ତରଫରୁ ଗୃହମନ୍ତ୍ରଣାଳୟକୁ ଭାରତ ଜେଲରେ ବନ୍ଦ ଥିବା ୧୦-୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲ ବା କଳାପାଣିକୁ ପଠାଯିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସଙ୍ଗରେ ଗୃହମନ୍ତ୍ରଣାଳୟର ଅଧିକାରୀ ଓ ଏନଆଇଏ ଅଧିକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି । ଏନଆଇଏ ଗୃହମନ୍ତ୍ରଣାଳୟ ନିକଟରେ ଅପିଲ କରିଛି କି କିଛି କୁଖ୍ୟାତ ଅପରାଧୀଙ୍କୁ ଆଣ୍ଡାମାନ ନିକୋବର ଜେଲକୁ ଟ୍ରାନ୍ସଫର କରାଯାଉ ।