ନୂଆଦିଲ୍ଲୀ: ହରିୟାଣାରେ କିଏ ସରକାର ଗଠନ କରିବ? ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଆଗରେ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ଆଗରେ ରହିଛି । ତେବେ କୁହାଯାଉଛି ବିଜେପି ଏଠି ସରକାର କରିବ । ଏକଜିଟ ପୋଲ ଯାହା କହୁଥିଲା ଏବେ ବିପରିତ ଦେଖାଯାଉଛି । ପ୍ରଥମେ କଂଗ୍ରେସ ଥିଲା ଆଗରେ । ଅପରପକ୍ଷରେ ଜମ୍ମୁ ଓ କଶ୍ମୀରରେ ବିଜେପି ଓ ଇଣ୍ଡି ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଚାଲିଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ସକାଳ 9ଟା ଭିତରେ କଂଗ୍ରେସ ଆଗରେ ରହିଛି । ତେବେ କେତ ଆସନରେ କିଏ ଜିତିବ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ ।
ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଅନ୍ୟପକ୍ଷେ ଜମ୍ମୁ କଶ୍ମୀରରେ ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପ୍ରଥମ ଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।