ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ଗତକାଲି କେନ୍ଦ୍ର ସରକାର ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ମାତ୍ ଦେଇଛନ୍ତି । ସଂସଦରେ ଆସ୍ଥା ରଖିବାକୁ ସକ୍ଷମ ହୋଇଛନ୍ତି କେନ୍ଦ୍ର ସରକାର । ବିରୋଧୀଙ୍କ ଅନୁପସ୍ଥିତରେ ହୋଇଥିବା ବାଚନିକ ଭୋଟିଂରେ ମୋଦି ସରକାର ଅନାସ୍ଥା ବିରୋଧରେ ବିଜୟ ହାସଲ କରିଛନ୍ତି । ବିରୋଧୀ ମେଣ୍ଟ ଇଣ୍ଡିଆର ସାଂସଦମାନେ ଅନୁପସ୍ଥିତ ଥିବାରୁ ବାଚନିକ ଭୋଟ ଦ୍ୱାରା ନିଷ୍ପତ୍ତି ନିଆଯାଇଥିଲା ।
ଏହି ବାଚନିକ ଭୋଟରେ ବିଜେପି ନେତୃତ୍ୱାଧୀନ ଏନଡିଏର ସବୁ ସାଂସଦ ସାମିଲ ହୋଇଥିଲେ । ଏଥିସହ ବିଜେଡି, ୱାଇଏସ୍ଆର କଂଗ୍ରେସ, ବିଏସପି, ଅକାଳୀ ଦଳ, ସ୍ବାଧୀନ ସାଂସଦ ସିମରନଜିତ ମାନ୍ ଓ ନବନୀତ ରାଣା ଉପସ୍ଥିତ ରହିଥିଲେ । ସେମାନଙ୍କ ଉପସ୍ଥିତରେ ଭୟସ ଭୋଟ ଦ୍ବାରା ଅନାସ୍ଥା ପ୍ରସ୍ତାବ ଉପରେ ନିଷ୍ପତ୍ତି ହୋଇଥିଲା । ମଣିପୁରରେ ମହିଳାଙ୍କ ପ୍ରତି ନିର୍ଯାତନା ହୋଇଛି । ଏଥିପାଇଁ ଦୋଷୀଙ୍କୁ ଦଣ୍ଡ ମିଳିବ । ଶାନ୍ତି ପାଇଁ ପ୍ରୟାସ କରାଯାଉଛି । ଖୁବଶୀଘ୍ର ଶାନ୍ତି ଫେରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।