ଛତିଶଗଡ଼ରେ ୩୦୦ ୟୁନିଟ୍ ବିଜୁଳି ମାଗଣା ଦେବୁ

ଛତିଶଗଡ଼ରେ  ମାସକୁ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ବୋଲି କହିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଗ୍ରାମାଞ୍ଚଳରେ ୨୪ ଘଣ୍ଟା ବିଜୁଳି ରହିବ ଓ ପୁରୁଣା ବକେୟା ବିଲ୍ ଛାଡ଼ କରାଯିବ ବୋଲି କହିଛନ୍ତି । ନିର୍ବାଚନ ପୂର୍ବରୁ ଏପରି ଲୋଭନୀୟ ଅଫର ଦେଇଛନ୍ତି କେଜରିଓ୍ବାଲ । ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଏପରି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତାଙ୍କୁ କେତେ ଆସନ ମିଳୁଛି ତାହା ପରେ ଜଣାପଡିବ ।  ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ  ଛତିଶଗଡ଼ ଗସ୍ତରେ ଯାଇ ନିଜ ଦଳ ପକ୍ଷରୁ ଅନେକ ବଡ଼ ବଡ଼ ଘୋଷଣା କରି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।