ବ୍ୟାଙ୍କ୍ ସୁରକ୍ଷା କର୍ମୀଙ୍କୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

 କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ଅଚନ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଜଣେ କାଶ୍ମୀର ପଣ୍ଡିତ ( ବ୍ୟାଙ୍କ୍‌ ସୁରକ୍ଷାକର୍ମୀ) ଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।  ଅଞ୍ଚଳର ବାସିନ୍ଦା ସଞ୍ଜୟ ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ଥିଲେ। ଆହତ ଅବସ୍ଥାରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହାକୁ ନେଇ ସୁରକ୍ଷାକର୍ମୀମାନେ ସର୍ଚ ଅପରେସନ ଆରମ୍ଭ କରିଛନ୍ତି ।