ରାହୁଲଙ୍କ ମଣିପୁର ଗସ୍ତକୁ ନେଇ ରାଜନୀତି
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମଣିପୁର ଗସ୍ତକୁ ନେଇ ବିବାଦ । ପୂର୍ବ ନିର୍ଧାରିତ ରାସ୍ତା ବଦଳାଇଥିବାରୁ ରାହୁଲଙ୍କ କନ୍ଭୟକୁ ବିଷ୍ଣୁପୁର ନିକଟରେ ମଣିପୁର ପୁଲିସ ଅଟକାଇଥିଲା। ସୁରକ୍ଷା କାରଣରୁ ପୁଲିସ ରାହୁଲଙ୍କ କନଭୟ ଅଟକାଇଥିବା କହିଛି। ତେବେ ରାହୁଲ ଏହାକୁ ନେଇ ବିରୋଧ କରିଥିଲେ । ପରେ ରାହୁଲ ରାଜ୍ୟ ସରକାରଙ୍କର ଏକ ହେଲିକପ୍ଟରରେ ଚୁଡ଼ାଚାନ୍ଦପୁର ଯାଇଛନ୍ତି ଏବଂ ରିଲିଫ୍ ଶିବିରରେ ଲୋକଙ୍କୁ ଭେଟିଛନ୍ତି। ତେବେ ବିଷ୍ଣୁପୁରରେ ରାହୁଲଙ୍କ କନଭୟକୁ ପୁଲିସ ଅଟକାଇବା ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷା କାରଣରୁ ତାଙ୍କୁ ସଡ଼କ ପଥରେ ଯିବାକୁ ମନା କରାଯାଇଥିଲା ବୋଲି ବିଜେପି କହିଛି ।