ନୂଆଦିଲ୍ଲୀ : ‘ଟଙ୍କା ପାଇଁ ପ୍ରଶ୍ନ ପଚାରିବା’ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କୁ ଗୃହର ସଦସ୍ୟତାରୁ ବହିଷ୍କାର କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋଇତ୍ରଙ୍କ ବହିଷ୍କାର ପାଇଁ ଏକ ପ୍ରସ୍ତାବ ଦେଇଥିଲେ, ଯାହାକୁ ଗୃହ ଭଏସ୍ ଭୋଟ୍ ଦ୍ୱାରା ଅନୁମୋଦନ କରିଥିଲା । ଏହାପୂର୍ବରୁ ଲୋକସଭାର ନୈତିକ କମିଟିର ରିପୋର୍ଟ ଉପରେ ଆଲୋଚନା କରିବା ପରେ ଏହାକୁ ଗୃହରେ ଅନୁମୋଦନ କରାଯାଇଥିଲା ଯେଉଁଥିରେ ମୋଇତ୍ରଙ୍କୁ ବହିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ଟିଏମସି ଏବଂ ବିଜେପି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ରାମାୟଣ ମହାଭାରତ ପ୍ରସଙ୍ଗ ମଧ୍ୟ ଉଠିଥିଲା । ଲୋକସଭାରୁ ବହିଷ୍କୃତ ହେବାପରେ ଟିଏମ୍ସି ସାଂସଦ ମହୁଆ ମୈତ୍ର ଧମକ ଦେଇଛନ୍ତି। ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ମହୁଆ ବହିଷ୍କୃତ ହେବାରୁ ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଏଥିକ୍ସ କମିଟିର ସୁପାରିଶ ଆଧାରରେ ସାଂସଦଙ୍କୁ ବହିଷ୍କାର କରାଯାଇଛି। ଏଥିକ୍ସ କମିଟି ନିଜ ରିପୋର୍ଟରେ ମହୁଆଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଗୁରୁତର ବୋଲି କହିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏହା ସହିତ ସଂସଦ ସଦସ୍ୟତା ରଦ୍ଦ କରିବାକୁ ମଧ୍ୟ ଦାବି କରିଥିଲା। ରିପୋର୍ଟ ଉପରେ ଆଲୋଚନା ବେଳେ ଟିଏମ୍ସି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ସାଂସଦମାନେ ମହୁଆ ମୈତ୍ରଙ୍କୁ କହିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ। ତେବେ ବିଜେପି ସାଂସଦମାନେ ଏହାକୁ ବିରୋଧ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ମଧ୍ୟ ମହୁଆଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ବେଳେ ଶେଷରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରିଛନ୍ତି ବାଚସ୍ପତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Next Post