ନୌସେନାରେ ସାମିଲ ହେଲା ଯୁଦ୍ଧଜାହଜ ମହେନ୍ଦ୍ରଗିରି

ଆଜି ନୌସେନାରେ ସାମିଲ ହୋଇଛି ଯୁଦ୍ଧଜାହଜ ମହେନ୍ଦ୍ରଗିରି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ସର୍ବଶେଷ ଯୁଦ୍ଧ ଜାହଜ ମହେନ୍ଦ୍ରଗିରି ଭାରତୀୟ ନୌସେନାରେ ସାମିଲ ହେବା ପରେ ଭାରତର ଶକ୍ତି ବୃଦ୍ଧି ପାଇଛି । ଉପରାଷ୍ଟ୍ରପତି ଜଗଦ୍ଦୀପ ଧନକଡ଼ଙ୍କ ସହ ପତ୍ନୀ ସୁଦେଶ ଧନଖଡ଼ ଏହାକୁ ମୁମ୍ବାଇସ୍ଥିତ ମାଜଗାଓଁ ଡକୟାର୍ଡରେ ଉଦଘାଟନ କରିଛନ୍ତି । ମାଜଗାଓଁ ଡକ୍‌ ୟାର୍ଡ ଓ ଜିଆରଏସଇର ମିଳିତ ଉଦ୍ୟମରେ ଯୁଦ୍ଧଜାହଜ ନୌସେନାର ୧୭A  ପ୍ରକଳ୍ପ ଅଧିନରେ ନିର୍ମାଣ କରାଯାଇଛି । ଏହା ସର୍ବଶେଷ ଓ ସପ୍ତମ ଷ୍ଟିଲ୍ଥ ଯୁଦ୍ଧ ଜାହଜ । ଭାରତ ଯୁଦ୍ଧ ଜାହଜ ନିର୍ମାଣରେ ଆତ୍ମନିର୍ଭର ହୋଇଥିବା କୁହାଯାଉଛି ।