ହ୍ରାସ ପାଇଲା ଏଲ୍‌ପିଜି ସିଲିଣ୍ଡର୍‌ ଦର

ଭାରତରେ ଏଲପିଜି ମହଙ୍ଗା କାହିଁକି ? ଜାଣନ୍ତୁ ଏହା ପଛରେ ଅସଲ ଗଣିତ କ’ଣ ରହିଛି

ନୂଆଦିଲ୍ଲୀ:  ୧୯ କିଲୋ ଓଜନବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି । ସଂଶୋଧିତ ଦର ଅନୁସାରେ, ଆଜିଠାରୁ  ଦିଲ୍ଲୀରେ ୧୯ କିଲୋଗ୍ରାମ୍‌ ଓଜନବିଶିଷ୍ଟ ‘ଏଲ୍‌ପିଜି’ ୧,୮୫୬ ଟଙ୍କା ୫୦ ପଇସାରେ ମିଳିବ। ମୁମ୍ବାଇରେ ୧,୮୦୮ ଟଙ୍କା ୫୦ ପଇସା, କୋଲ୍‌କାତାରେ ୧,୯୬୦ ଟଙ୍କା ୫୦ ପଇସା, ଚେନ୍ନାଇରେ ୨,୦୨୧ ଟଙ୍କା ୫୦ ପଇସାରେ ବିକ୍ରିୟ ହେଉଛି।