ଚନ୍ଦ୍ରଯାନ-୩’ର ବୈଜ୍ଞାନିକ ଟିମ୍‌କୁ ଭେଟିଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍‌ ଆଣ୍ଡ୍‌ କମାଣ୍ଡ ନେଟ୍‌ୱାର୍କ ମିସନ୍‌ କଣ୍ଟ୍ରୋଲ୍‌ କମ୍ପ୍ଲେକ୍ସ୍‌’ରେ ‘ଚନ୍ଦ୍ରଯାନ-୩ ଅଭିଯାନ’ରେ କାର୍ଯ୍ୟ କରିଥିବା ବୈଜ୍ଞାନିକମାନଙ୍କୁ ଭେଟିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ସମସ୍ତ ମହାକାଶ ବିଜ୍ଞାନୀଙ୍କୁ ଧନ୍ୟବାଦ ଦେବା ସହ ସମ୍ବୋଧନ କରିଛନ୍ତି  । ଦେଶରେ ଡିଜିଟାଲ ଇଣ୍ଡିଆକୁ କିପରି ଇସ୍ରୋ ସହଯୋଗ କରୁଛି ତାହା କହିଥିଲେ । ପାଣିପାଗ କ୍ଷେତ୍ରରେ ବୈଜ୍ଞାନିକମାନେ ମଧ୍ୟ ଅନେକ କାର୍ଯ୍ୟ କରିଥିବା କହିଥିଲେ । କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି । ସ୍ପେସ ଟେକ୍ନୋଲୋଜିକୁ ସମ୍ରୁଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସମସ୍ତ ସହାୟତା ଯୋଗାଇଦେବେ ବୋଲି କହିଥିଲେ ।

YouTube player