ଫାଟିଲା ଉତ୍ତରାଖଣ୍ଡ ଯୋଶୀମଠ ଶିବଲିଙ୍ଗ: ଲୋକେ ଭୟଭୀତ

ଭୁସ୍ଖଳନ ଯୋଗୁ ଏବେ ଲୋକେ ରାତିରେ ଶୋଇପାରୁନାହାଁନ୍ତି  ଉତରାଖଣ୍ଡରେ ।  ପର୍ଯ୍ୟଟନ ସ୍ଥଳୀ ଯୋଶୀମଠର ଅଧିକାଂଶ ସ୍ଥାନରେ ଫାଟ ଦେଖିବାକୁ ମିଳିଥିବାରୁ ଲୋକେ ଭୟରେ ରହିଛନ୍ତି । ଯୁଦ୍ଧକାଳୀନ ଭିତିରେ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ବେଳେ  ଯୋଶୀମଠରେ ଶଙ୍କରାଚାର୍ଯ୍ୟଙ୍କ ମାଧବ ଆଶ୍ରମ ମନ୍ଦିରରେ ଥିବା ଶିବଲିଙ୍ଗରେ ଫାଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦୁଃଖ ଖେଳିଯାଇଛି । ଉତରଖଣ୍ଡର ଚାମୋଲି ଜିଲ୍ଲାର ଯୋଶୀମଠର ଥିବା ମା ଭଗବତୀଙ୍କ ମନ୍ଦିରରେ ଭୁସ୍ଖଳନ ପରେ ଏବେ ମାଧବ ଆଶ୍ରମ ମନ୍ଦିରରେ ଥିବା ଶିବଲିଙ୍ଗ ଫାଟିଯାଇଛି । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି ।ଭୁସ୍ଖଳନ ଯୋଗୁ ତିନି ଦିନରେ ୧୦ରୁ ଅଧିକ ଘର ଭୁଷୁଡି ପଡିଛି । ଯୋଶୀମଠ ଅଂଚଳରେ ଥିବା ପ୍ରାୟ ୬୦୦ ଘରେ ଫାଟ ଦେଖାଦେଇଛି ।