ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା

ଘୋଷଣା ହୋଇଛି ପଞ୍ଚମ ଜାତୀୟ ଜଳ ଶକ୍ତି ପୁରସ୍କାର। ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା। ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ। ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ଜିଲ୍ଲା, ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ଶ୍ରେଷ୍ଠ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଶ୍ରେଷ୍ଠ ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ଭଳି ୯ଟି ବର୍ଗର ପଞ୍ଚମ ଜାତୀୟ ଜଳ ପୁରସ୍କାର ପାଇଁ ଯୁଗ୍ମ ବିଜେତାଙ୍କ ସମେତ ୩୮ ଜଣ ବିଜେତାଙ୍କ ନାମ ଘୋଷଣା ହୋଇଛି। ଆସନ୍ତା ୨୨ ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ।

 

ଶ୍ରେଷ୍ଠ ରାଜ୍ୟ ବର୍ଗରେ ଓଡ଼ିଶାକୁ ପ୍ରଥମ, ଉତ୍ତରପ୍ରଦେଶ ଦ୍ବିତୀୟ ଏବଂ ଗୁଜରାଟ ଓ ପୁଡୁଚେରୀ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରଶଂସାପତ୍ର ଓ ଟ୍ରଫି ସହ ନିର୍ଦ୍ଦିଷ୍ଟ ବର୍ଗରେ ନଗଦ ପୁରସ୍କାର ପ୍ରଦାନ କରାଯିବ।

 

ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର) ୫ମ ଜାତୀୟ ଜଳ ପୁରସ୍କାର, ୨୦୨୩ ପାଇଁ ପୁରସ୍କାର ବିତରଣ ସମାରୋହ ଅକ୍ଟୋବର ୨୨ ପୂର୍ବାହ୍ନ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ସ୍ଥିତ ପ୍ଲେନାରୀ ହଲରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

 

ଜଳଶକ୍ତି ମନ୍ତ୍ରଣାଳୟର ଦୁଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜଭୂଷଣ ଚୌଧୁରୀ ଏବଂ ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ (ଡିଓଡବ୍ଲ୍ୟୁଆର, ଆରଡି ଏବଂ ଜିଆର),  ସୁଶ୍ରୀ ଦେବଶ୍ରୀ ମୁଖାର୍ଜୀ ପାନୀୟ ଜଳ ଏବଂ ପରିମଳ ବିଭାଗ ସଚିବ ସୁଶ୍ରୀ ବିନ୍ନି ମହାଜନ, ପାନୀୟ ଜଳ ଏବଂ ପରିମଳ ବିଭାଗର ଓଏସଡି ଶ୍ରୀ ଅଶୋକ କେ.କେ.ମୀନା କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଜାତୀୟ ଜଳ ପୁରସ୍କାର ଘୋଷଣା କରିଛନ୍ତି ।