୧୬ ମିନିଟ ପରେ କକ୍ଷପଥରେ ଅବସ୍ଥାପିତ ହେଲା ଚନ୍ଦ୍ରଯାନ-୩ ,
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ସ୍ପେସ୍ ସେଣ୍ଟରରୁ ସଫଳତାର ସହ ଚନ୍ଦ୍ରଯାନ-୩ ଉତକ୍ଷେପଣ ହେବା ପରେ ଏବେ ପୃଥିବୀର କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇଛି । ଦିନ ୨ଟା ୩୫ରେ ଦ୍ବିତୀୟ ଲଞ୍ଚପ୍ୟାଡରୁ GSLV-3 ହେଭି ଲିଫ୍ଟ ଲଞ୍ଚ ଭେହିକିଲରେ ଚନ୍ଦ୍ରଯାନର ସଫଳ ଲଞ୍ଚିଂ କରାଯାଇଥିଲା । ତିନିଟି ସୋପାନ ସଫଳତାର ସହ ଅତିକ୍ରମ କରିଛି ଚନ୍ଦ୍ରଯାନ-ଥ୍ରୀ । ଭୂପୃଷ୍ଠ ଛାଡ଼ିବାର ୧୬ ମିନିଟ ପରେ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ୨୩ ଅଗଷ୍ଟରେ ଚନ୍ଦ୍ରପୃଷ୍ଠରେ ଏହାର ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବ । ଚନ୍ଦ୍ରଯାନ-୩ର ସଫଳ ଲଞ୍ଚିଂ ପରେ ଦେଶବାସୀଙ୍କୁ ଶୁଭେଚ୍ଛେ ଜଣାଇଛନ୍ତି ଇସ୍ରୋ ମୁଖ୍ୟ । ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପାଇଁ ଇସ୍ରୋକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ଯଦି ସଫଳତାର ସହ ଅବତରଣ କରେ, ତେବେ ଆମେରିକା, ଋଷ, ଚୀନ ପରେ ଭାରତ ଚତୁର୍ଥ ଦେଶ ମହାକାଶ ବିଜ୍ଞାନରେ ସୁପର ପାଓ୍ବାର ହେବ ଭାରତ । ୨୦୧୯ରେ ଚନ୍ଦ୍ରଯାନ-୨ରେ ରୋବୋଟିକ ସ୍ପେସକ୍ରାଫ୍ଟ ଚନ୍ଦ୍ରପୃଷ୍ଠକୁ ପଠାଇଥିଲା ଇସ୍ରୋ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-3ର ଉତ୍କ୍ଷେପଣକୁ ନେଇ ମହାକାଶରେ ଭାରତର ବୈଜ୍ଞାନିକମାନଙ୍କ ନିରନ୍ତର ସମର୍ପଣକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ମହାକାଶ ଗବେଷଣା ସଂଗଠନର ଏକ ଟୁଇଟ୍ ଶେୟାର କରି ଟୁଇଟ୍ କରିଛନ୍ତି :
Chandrayaan-3 scripts a new chapter in India's space odyssey. It soars high, elevating the dreams and ambitions of every Indian. This momentous achievement is a testament to our scientists' relentless dedication. I salute their spirit and ingenuity! https://t.co/gko6fnOUaK
— Narendra Modi (@narendramodi) July 14, 2023
‘‘ଚନ୍ଦ୍ରଯାନ-3 ଭାରତର ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ରଚନା କରିଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ୱପ୍ନ ଓ ମହତ୍ୱକାଂକ୍ଷାକୁ ଊର୍ଦ୍ଧ୍ୱକୁ ନେଇଛି । ଏହି ମହତ୍ୱପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର ସମର୍ପଣର ପ୍ରମାଣ । ମୁଁ ସେମାନଙ୍କ ଭାବନା ଓ ପ୍ରତିଭାକୁ ଅଭିନନ୍ଦନ ଜଣାଉଛି ।
Chandrayaan 3 successfully separated from LVM3-M4 rocket
ISRO scientists announce the successful separation of the Satellite from the launch Vehicle.
The Satellite has now been injected into the desired Orbit to begin its journey to the Moon.#Chandrayaan3 | #ISRO | @isro pic.twitter.com/rupngrrZj7
— All India Radio News (@airnewsalerts) July 14, 2023
Chandrayaan-3, India’s third lunar exploration mission takes off from Sriharikota,Andhra Pradesh.
🚀LVM3 Launch Vehicle Mk III takes the Chandrayaan-3 spacecraft to Geo Transfer Orbit (GTO).
🌝#Chandrayaan3 consists of an indigenous propulsion module, lander module, and a rover… pic.twitter.com/pbhxmZO0Eq
— All India Radio News (@airnewsalerts) July 14, 2023
Soaring pride of India! 🚀#Chandrayaan3 pic.twitter.com/tMB7AzHb83
— Ashwini Vaishnaw (@AshwiniVaishnaw) July 14, 2023
T(c)racking images
More pics on our Instagram https://t.co/2YQeU5ODay pic.twitter.com/umyj9uR5wv
— ISRO (@isro) July 14, 2023