ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ ଭାରତ
ଫ୍ରାନ୍ସ ଠାରୁ ୨୬ଟି ରାଫେଲ ଓ ୩ ସ୍କୋରପେନି ବର୍ଗର ବୁଡ଼ା ଯାହାଜ କିଣିବ ଭାରତ। ଏହି ଡିଲ୍ ସଫଳ ହେଲେ ସିଙ୍ଗଲ ସିଟ୍ ଥିବା ୨୨ଟି ରାଫେଲ ମେରାଇନ୍ ଯୁଦ୍ଧ ବିମାନ ଓ ୪ଟି ତାଲିମ ଯୁଦ୍ଧ ବିମାନ ପାଇବ ଭାରତୀୟ ନୈାସେନା। ଯୁଦ୍ଧ ବିମାନ ବାହି କ୍ଷମତା ରଖିଥିବା ଆଇଏନ୍ଏସ୍ ବିକ୍ରମାଦିତ୍ୟ ଓ ବିକ୍ରାନ୍ତରେ ରାଫେଲ ମୁତୟନ କରିବା ପାଇଁ ଚାହୁଁଛି ଭାରତ । ଏଥିପାଇଁ ପ୍ରାୟ ୯୦ ହଜାର କୋଟି ଟଙ୍କାର ଡିଲ୍ ହେବାକୁ ଯାଉଛି। ପୂର୍ବରୁ ୩୬ଟି ଯୁଦ୍ଧ ବିମାନ ଆଣିବା ନେଇ ହୋଇଥିବା ଡିଲ୍ ଭଳି ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଡିଲ କରିବେ।
Post deal, French Navy to provide its own Rafale Marine aircraft to Indian Navy for training
Read @ANI Story | https://t.co/vwNUMvIHW1#FrenchNavy #Rafale #MarineAircraft #IndianNavy pic.twitter.com/5Y67nXlTfc
— ANI Digital (@ani_digital) July 13, 2023
PM Modi meets President of French Senate Gerard Larcher in Paris
Read @ANI Story | https://t.co/CIMMYsCSmy#PMModi #France #Paris #FrenchSenate #GerardLarcher pic.twitter.com/8Zrt3NPhcD
— ANI Digital (@ani_digital) July 13, 2023
A warm welcome by the Indian diaspora in Paris! Across the world, our diaspora has made a mark for themselves and are admired for their diligence and hardworking nature. pic.twitter.com/NtQCSmpCt3
— Narendra Modi (@narendramodi) July 13, 2023
ଫ୍ରାନ୍ସ ସହାୟତାରେ ଆଉ ତିନିଟି କଲଭାରୀ ଶ୍ରେଣୀର (ସ୍କର୍ପିନ୍) ବୁଡ଼ାଜାହାଜ ନିର୍ମାଣ ପାଇଁ ଅର୍ଡର ଘୋଷଣା କରାଯିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ମାଜାଗନ୍ ଡକୟାର୍ଡସ୍ ଲିମିଟେଡ୍ (ଏମ୍ ଡିଏଲ୍) କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରିବ, ଯାହା ନୌସେନାର ‘ଅଣ୍ଡର ୱାଟର’ (ପାଣି ତଳେ) ଯୁଦ୍ଧ କ୍ଷମତାକୁ ଏକ ଶକ୍ତିଶାଳୀ ‘ପଞ୍ଚ’ ପ୍ରଦାନ କରିବ। ସଂପ୍ରତି ଭାରତୀୟ ନୌସେନା ପାଖରେ ୬ଟି କଲଭାରୀ ଶ୍ରେଣୀର ବୁଡ଼ାଜାହାଜ ରହିଛି। ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପରେ ଘୋଷଣା ହେବ ବୋଲି ଜଣାପଡ଼ିଛି।