ଭୋପାଳରେ ହେବାକୁ ଥିବା INDIA ମେଣ୍ଟର ରାଲି ରଦ୍ଦ
ଭୋପାଳ: ସନାତନ ଧର୍ମକୁ ନେଇ ବିରୋଧୀ ମେଂଟରେ ଫାଟ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହେବାକୁଥିବା ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ରଦ୍ଦ କରିବା ଘୋଷଣା କରିଛନ୍ତି କମଲନାଥ । କମଲନାଥ କହିଛନ୍ତି ଭୋପାଳରେ ହେବାକୁ ଥିବା ବୈଠକ ରଦ୍ଦ ହୋଇଯାଇଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ ପରେ ଏପରି ନିଷ୍ପତ୍ତି ହୋଇଛି । ପୂର୍ଏବରୁ କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ପକ୍ଷରୁ କୁହାଯାଇଥିଲା ରାଲି ହେବ। ଏହି ରାଲି ଅକ୍ଟୋବରର ପ୍ରଥମ ସପ୍ତାହରେ ହେବା ନେଇ କୁହାଯାଉଥିଲା । ହେଲେ ଏବେ ରାଲି ରଦ୍ଦ କରିଦିଆଯାଇଛି ।