ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ଭୁବନେଶ୍ବର: ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରି ଏଜୁକେସନ ଦଶମ ଓ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ  ପ୍ରକାଶିତ ହୋଇଛି। ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଓଡ଼ିଶାରୁ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ ପ୍ରିୟଙ୍କା ଓ ବିଷ୍ଣୁ ୯୯.୪୦ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଆଇଏସ୍‌ସି ଦ୍ବାଦଶ ପରୀକ୍ଷାରେ ରାଉରକେଲାର ଦିଶା ଗୋୟଲ ରାଜ୍ୟର ‌ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ‌୯୮.୨୬ ପ୍ରତିଶତ ମାର୍କ ରଖିଛନ୍ତି। ଦଶମ ଓ ଦ୍ବାଦଶରେ ପରୀକ୍ଷା ଦେଇଥିଲେ ତିନି ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଦ୍ବାଦଶରେ ସାରା ଦେଶରେ  ରିୟା ଅଗ୍ରଓ୍ବାଲ ୯୯.୭୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ସେହିପରି ଦଶମରେ ଋଷିଲ କୁମାର ୯୯.୮ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି । ଦଶମରେ ୯୯.୮ ପ୍ରତିଶତ ମାର୍କ ରଖି ଅନନ୍ୟା କାର୍ତ୍ତିକ ରହିଛନ୍ତି ଦ୍ବିତୀୟ ସ୍ଥାନରେ । ସେହିପରି ୯୮.୮ ପ୍ରତିଶତ ମାର୍କ ରଖି ଶ୍ରେୟା ଉପାଧ୍ୟାୟ ରହିଛନ୍ତି ତୃତୀୟ ସ୍ଥାନରେ । ଦ୍ବାଦଶରେ ୯୯.୭୫ ପ୍ରତିଶତ ମାର୍କ ରଖି ଇପସିତା ଭଟ୍ଟାଚାର୍ଯ୍ୟ ରହିଛନ୍ତି ଦ୍ବିତୀୟ ସ୍ଥାନରେ ।