ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା କୁସ୍ତିଯୋଦ୍ଧାମାନଙ୍କୁ ତଳ କୋର୍ଟକୁ ଯିବାକୁ କହିଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ :  ଡବ୍ଲୁଏଫ୍ଆଇ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ ଏବଂ ତାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଆବେଦନ କରିଥିଲେ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବିଜେପି ସାଂସଦ ତଥା ଡବ୍ଲୁଏଫ୍ଆଇ ମୁଖ୍ୟଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହେବା ପରେ ପୁଣି ସୁପ୍ରିମକୋର୍ଟ ଯିବାକୁ ନେଇ ଫଟକାର ଲଗାଇଛନ୍ତି ସୁପ୍ରିମକୋର୍ଟ । ଏବେ ତଳ କୋର୍ଟକୁ ଯିବାପାଇଁ କୋର୍ଟ କହିଛନ୍ତି । ତେବେ ଗିରଫ ଦାବିରେ କୁସ୍ତିଯୋଦ୍ଧାମାନେ ଧାରଣାରେ ବସିଛନ୍ତି ।  ସୁପ୍ରିମକୋର୍ଟ ଏହି ମାମଲାର ଆଉ ଶୁଣାଣି କରିବ ନାହିଁ  । ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣଙ୍କ ଆବେଦନର ଉଦ୍ଦେଶ୍ୟ ପୂରଣ ହୋଇଛି ଏବଂ ବର୍ତ୍ତମାନ ଆପଣ ଶୁଣାଣି ପାଇଁ ହାଇକୋର୍ଟକୁ ଯିବା ଉଚିତ୍।