ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର

ଝାରଖଣ୍ଡ:ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଠାବ ହୋଇଥିବା ବଙ୍କର ମଧ୍ୟରୁ ଜବତ ହୋଇଛି ବହୁ ଅତ୍ୟାଧୁନିକ ମାରଣାସ୍ତ୍ର, ଖାଦ୍ୟ ସାମଗ୍ରୀ, ଔଷଧ । ମାରଣାସ୍ତ୍ର ମଧ୍ୟରେ ରହିଛି ରକେଟ ଲଞ୍ଚର , ମୋର୍ଟାଲ ଭଳି ଅନେକ ଭୟାନକ ଅସ୍ତ୍ରଶସ୍ତ୍ର  । ମାଓବାଦୀ ମିଶିର ବେଶ୍ରା ଏହି ବଙ୍କର ତଳେ ରହି ଚଳାଉଥିଲା ମାଓ ମିଶନ  । ସୂଚନା ପାଇ ଗତ ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଇବାସା ଜଙ୍ଗଲରେ ସିଆପିଏଫ୍, ଝାରଖଣ୍ଡ ପୋଲିସ, କୋବ୍ରାବାହିନୀ, ଝାରଖଣ୍ଡ ଜାଗୁଆର ଓ୍ବେଷ୍ଟସିଂହୋମରେ ଚଳାଇଥିଲେ କୁମ୍ବିଂ ଅପରେସନ୍  । ଏହି ସମୟରେ ବଙ୍କର ନିକଟରେ ଉଭୟ ସେନାବାହିନୀ ଓ ମାଓବାଦୀ ମଧ୍ୟରେ ହୋଇଥିଲା ଗୁଳି ବିନିମୟ  । ପ୍ରାୟ ଅଧଘଣ୍ଟାର ଗୁଳି ବିନିମୟରେ ସହିଦ ହୋଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ  ।