ଗୀତା ପ୍ରେସ୍ କେବଳ ପ୍ରିଣ୍ଟିଂ ପ୍ରେସ୍ ନୁହେଁ ବରଂ ଜୀବନ୍ତ ବିଶ୍ୱାସ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଉତ୍ତରପ୍ରଦେଶର ଗୋରଖପୁରରେ ଐତିହାସିକ ଗୀତା ପ୍ରେସର ଶତବାର୍ଷିକୀ ପାଳନର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରି ଚିତ୍ରମାୟା ଶିବ ପୁରାଣ ଗ୍ରନ୍ଥକୁ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଗୀତା ପ୍ରେସରେ ଲୀଳା ଚିତ୍ର ମନ୍ଦିର ପରିଦର୍ଶନ କରି ଭଗବାନ ଶ୍ରୀ ରାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୀତା ପ୍ରେସ୍ କେବଳ ପ୍ରିଣ୍ଟିଂ ପ୍ରେସ୍ ନୁହେଁ ବରଂ ଜୀବନ୍ତ ବିଶ୍ୱାସ । ପୂଜାର୍ଚ୍ଚନାର ମାସ ଶ୍ରାବଣରେ ଏବଂ ଇନ୍ଦ୍ରଦେବଙ୍କ ଆଶୀର୍ବାଦରେ ସେ ଗୋରଖପୁରର ଗୀତା ପ୍ରେସରେ ଉପସ୍ଥିତ ରହିବାର ସୁଯୋଗ ପାଇଛନ୍ତି ଯାହାକି ଶିବ ଅବତାର ଗୁରୁ ଗୋରଖନାଥଙ୍କ ଉପାସନାର ସ୍ଥାନ ଏବଂ ଅନେକ ସାଧୁଙ୍କ କର୍ମକ୍ଷେତ୍ର ଅଟେ । ଗୋରଖପୁର ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକାଶ ଏବଂ ଐତିହ୍ୟର ଏହା ଏକ ଚମତ୍କାର ଉଦାହରଣ ।