ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଆଫ୍ରିକୀୟ ସଂଘକୁ ଜି-୨୦ର ନୂତନ ସ୍ଥାୟୀ ସଦସ୍ୟ ଭାବେ ସାମିଲ କରାଯାଇଛି, ଯାହା ଏକ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆଗକୁ ବଢ଼ାଇଛି ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ବୈଶ୍ବିକ ନିଷ୍ପତ୍ତି ନେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରଦାନ କରୁଛି। ଆମେରିକା, ଭାରତ, ସାଉଦି ଆରବ ଏବଂ ଉପସାଗରୀୟ ଏବଂ ଆରବ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘକୁ ସଂଯୋଗ କରୁଥିବା ବ୍ୟାପକ ରେଳ ଏବଂ ଜାହାଜ ଯୋଗାଯୋଗ ନେଟୱାର୍କ ଗଠନ ଘୋଷଣା କରାଯାଇଛି।
Charting a journey of shared aspirations and dreams, the India-Middle East-Europe Economic Corridor promises to be a beacon of cooperation, innovation, and shared progress. As history unfolds, may this corridor be a testament to human endeavour and unity across continents. pic.twitter.com/vYBNo2oa5W
— Narendra Modi (@narendramodi) September 9, 2023
ଏଥିରେ ସହମତି ପ୍ରକାଶ କରି ଚୀନ୍ ଓ ରୁଷିଆ ସହ ଦିଲ୍ଲୀ ଘୋଷଣାନାମା ଗୃହୀତ ହୋଇଥିଲା। ଏଥିରେ ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱ, ଅନ୍ତର୍ଜାତୀୟ ମାନବିକତା ଆଇନ ଏବଂ ଶାନ୍ତି ଓ ସ୍ଥିରତା ରକ୍ଷା କରୁଥିବା ବହୁପାକ୍ଷିକ ବ୍ୟବସ୍ଥା ସମେତ ଅନ୍ତର୍ଜାତୀୟ ଆଇନକୁ ବଜାୟ ରଖିବାକୁ ଦେଶଗୁଡ଼ିକୁ ଆହ୍ଵାନ ଦିଆଯାଇଛି। ପାକିସ୍ତାନ, କେନିଆ, ଜାମ୍ବିଆ, ଲାଓସ୍ ଏବଂ ମଙ୍ଗୋଲିଆ ଭଳି ଅନେକ ବିକାଶଶୀଳ ଦେଶ ଗଭୀର ଋଣରେ ବୁଡ଼ି ରହିଥିବା ଚୀନ୍ର ବେଲ୍ଟ ଆଣ୍ଡ ରୋଡ୍ ପ୍ରକଳ୍ପର ବିକଳ୍ପ ଭାବରେ ଏହି ନୂତନ ପ୍ରସ୍ତାବ ଦିଆଯାଇଛି।
The launch of the Global Biofuels Alliance marks a watershed moment in our quest towards sustainability and clean energy.
I thank the member nations who have joined this Alliance. https://t.co/3wgUkmKCyA pic.twitter.com/MOmP1q6g2r
— Narendra Modi (@narendramodi) September 9, 2023
ସ୍ୱଚ୍ଛ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ଜୈବ ଇନ୍ଧନ ‘ଆଲାଏନ୍ସ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଉଦ୍ଭିଦ ଏବଂ ପ୍ରାଣୀ ବର୍ଜ୍ୟବସ୍ତୁ ସମେତ ବିଭିନ୍ନ ଉତ୍ସରୁ ପ୍ରାପ୍ତ ଜୈବ ଇନ୍ଧନର ବାଣିଜ୍ୟକୁ ସୁଗମ କରି ଏହି ମେଣ୍ଟ ବିଶ୍ୱସ୍ତରୀୟ ପ୍ରୟାସକୁ ତ୍ୱରାନ୍ଵିତ କରିବ ବୋଲି ନିଶ୍ଚିତ ହୋଇଛି। ସାମ୍ପ୍ରତିକ ବର୍ଷଗୁଡ଼ିକରେ ବୃଦ୍ଧି ପାଇଥିବା ‘ପାରସ୍ପରିକ ବିଶ୍ୱାସ ଅଭାବ’କୁ ଜି-୨୦ର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅଧିକ ସହଯୋଗ ଦ୍ୱାରା ଦୂର କରିବାକୁ ପଡ଼ିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି।
Sharing my remarks at the Partnership for Global Infrastructure and Investment & India-Middle East-Europe Economics Corridor event during G20 Summit. https://t.co/Ez9sbdY49W
— Narendra Modi (@narendramodi) September 9, 2023
History has been created with the adoption of the New Delhi Leaders’ Declaration. United in consensus and spirit, we pledge to work collaboratively for a better, more prosperous, and harmonious future. My gratitude to all fellow G20 members for their support and cooperation. https://t.co/OglSaEj3Pf
— Narendra Modi (@narendramodi) September 9, 2023
‘ବିଶ୍ୱରେ ବିଶ୍ୱାସର ଅଭାବ’ ଦୂର କରିବା, ଆମେରିକା, ଭାରତ, ସାଉଦି ଆରବ ଏବଂ ଉପସାଗରୀୟ ଏବଂ ଆରବ ରାଷ୍ଟ୍ରକୁ ସଂଯୋଗ କରୁଥିବା ରେଳ ଏବଂ ଜାହାଜ ଚଳାଚଳ ଯୋଗାଯୋଗ ନେଟୱାର୍କର ଶୁଭାରମ୍ଭ ଏବଂ ବିଶ୍ୱ ଜୈବ ଇନ୍ଧନ ‘ଆଲାଏନ୍ସ’ର ଶୁଭାରମ୍ଭ ପାଇଁ ଆହ୍ଵାନ ଦିଆଯାଇଛି। ଏହା ବ୍ୟତୀତ ବୈଠକର ପାର୍ଶ୍ବପଟ୍ଟରେ ବହୁ ରାଷ୍ଟ୍ର ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।
At the One Family Session of the G20 Summit, elaborated on how to collectively think about empowering fellow humans and making our planet more inclusive as well as sustainable.
Gave the example of how technology has been leveraged to bring a positive difference in the lives of… pic.twitter.com/SqT9OjStps
— Narendra Modi (@narendramodi) September 9, 2023
ଏଥିସହ ବିଶ୍ବନେତାଙ୍କ ଦ୍ବାରା ସ୍ବୀକୃତ ଜି-୨୦ ନୂଆଦିଲ୍ଲୀ ଘୋଷଣାନାମାରେ ୟୁକ୍ରେନରେ ‘ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା’ ପାଇଁ ଆହ୍ଵାନ ଦିଆଯାଇଛି। ଏହାବ୍ୟତୀତ ସଦସ୍ୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରର ସୀମାକୁ ବଳପୂର୍ବକ ଅକ୍ତିଆର କରିବା ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ କୁହାଯାଇଛି। ସେଭଳି କୌଣସି ରାଷ୍ଟ୍ରର ଅଖଣ୍ଡତାକୁ କ୍ଷୁଣ୍ଣ କରିବା ଭଳି କାର୍ଯ୍ୟକଳାପରେ ଲିପ୍ତ ରହିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରାଯାଇଛି।