କାଶ୍ମୀରରେ ଏନ୍‌କାଉଣ୍ଟର: ୨ ସେନା ଅଧିକାରୀ, ୨ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ଏକ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ ଯୋଗୁଁ ଦୁଇ ଜଣ ସେନା ଅଫିସରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଛନ୍ତି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛି ଏବଂ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଜାରି ରହିଛି। ମୃତକଙ୍କ ମଧ୍ୟରେ ସେନାର ଦୁଇ ଜଣ କ୍ୟାପ୍‌ଟେନ ଓ ୨ ଜଣ ହାବିଲ୍‌ଦାର ଥିବା ଜଣାପଡ଼ିଛି। ଆହତ ହୋଇଥିବା ଆଉ ୩ ଜଣ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୀର୍‌ ପଂଜଲ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି ଏବଂ ଅଧିକ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।