ରାହୁଲ ଗାନ୍ଧିଙ୍କ ଅଡ଼ୁଆ ବଢ଼ିଲା
ବିଶ୍ୱକପ୍ କ୍ରିକେଟ ଫାଇନାଲ୍ ମ୍ୟାଚରେ ଭାରତର ପରାଜୟ ପରେ ପିଏମ୍ ମୋଦିଙ୍କୁ ଟାର୍ଗେଟ୍ କରି ରାହୁଲ ଗାନ୍ଧି ପନୌତି ଶବ୍ଦ ବ୍ୟବହାର କରିଥିଲେ। ସେ ନଭେମ୍ବର ୨୧ରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ କହିଥିଲେ ଯେ ‘ପିଏମ୍ ଅର୍ଥ ପନୌତି ମୋଦି। ମୋଦି ଟିଭିରେ ଆସନ୍ତି ଏବଂ ହିନ୍ଦୁ-ମୁସଲମାନ କୁହନ୍ତି। କେବେକେବେ କ୍ରିକେଟ୍ ମ୍ୟାଚ୍କୁ ଯାଆନ୍ତି। ଏଥର ସେ ହରାଇ ଦେଲେ’। ରାହୁଲଙ୍କର ଏହି ବୟାନକୁ ନେଇ ବିଜେପି ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରୁଛି। ନିର୍ବାଚନ କମିଶନଙ୍କଠାରେ ହୋଇଥିବା ଅଭିଯୋଗକୁ ଆଧାର କରି ଇସି ରାହୁଲଙ୍କୁ ଆଜି ନୋଟିସ୍ ଜାରି କରିଛି। ତାଙ୍କୁ ନଭେମ୍ବର ୨୫ ପର୍ଯ୍ୟନ୍ତ ସମୟ ଦିଆଯାଇଛି। କହି ରଖୁଛୁ, ଭାରତ ବିଶ୍ୱକପ୍ ହାରିବା ପ୍ରସଙ୍ଗ ଉଠାଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍ କରିଥିଲେ।