ବଢ଼ିଲା ଆପ ନେତା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ:ବଢ଼ିଲା ଆପ ନେତା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି ।  ଦିଲ୍ଲୀ ମଦନୀତି ମାମଲାରେ ଇଡି ଦ୍ବାରା ଗିରଫ ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ରିମାଣ୍ଡ ତିନିଦିନ ବଢ଼ାଇ ଦେଇଛନ୍ତି କୋର୍ଟ । ରିମାଣ୍ଡ ବଢ଼ାଇବା ନେଇ ଇଡି କୋର୍ଟରେ ଆବେଦନ କରିଥିଲା । କୋର୍ଟରେ ଇଡି ପକ୍ଷରୁ ୫ ଦିନ ରିମାଣ୍ଡ ବଢ଼ାଇବାକୁ ଆବେଦନ କରାଯାଇଛି । ରିମାଣ୍ଡ ଅବଧି ବଢ଼ାଇବାକୁ ଆବେଦନ କରି ଇଡି ପକ୍ଷରୁ କୁହାଯାଇଥିଲା, ସଞ୍ଜୟ ପ୍ରଶ୍ନର ଉତ୍ତର ଠିରେ ଦେଉନାହାନ୍ତି । ଏହାସହ ତଦନ୍ତରେ ସଞ୍ଜୟ ସହଯୋଗ କରୁନାହାନ୍ତି । ଫୋନ୍ ଡାଟା ସମ୍ପର୍କରେ ପଚରାଯିବାରେ ସେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ।