ମଣିପୁର ଗଲେ ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା
ନୂଆଦିଲ୍ଲୀ:ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତି ମାଲିୱାଲ ମଣିପୁର ଗସ୍ତ କରିଛନ୍ତି । ସେ ମଣିପୁର ଗସ୍ତ କରିବା ପୂର୍ବରୁ କହିଥିଲେ ଯେ, ସେ ମଣିପୁର ଯିବେ ଓ ହିଂସା ପୀଡିତଙ୍କୁ ଭେଟିବେ । କିନ୍ତୁ ଏହା ପୂର୍ବରୁ ତାଙ୍କୁ ମଣିପୁର ସରକାର ହିଂସା ପ୍ରଭାବିତ ରାଜ୍ୟକୁ ଯିବା ନେଇ ଅନୁମତି ଦେବାକୁ ମନା କରି ଦେଇଥିଲା । ଏହା ପଛରେ ସରକାର ଆଇନ ବ୍ୟବସ୍ଥାର ଦ୍ୱାହି ଦେଇଥିଲେ ।ମଣିପୁର ଗସ୍ତ ପୂର୍ପରୁ ସ୍ୱାତି ଗଣମାଧ୍ୟମ ସହ ଆଲୋଚନା ସମୟରେ କହିଛନ୍ତି, ମୁଁ ମଣିପୁର ସରକାରଙ୍କୁ ପତ୍ର ମାଧୟମରେ ଲେଖିଥିଲି ଯେ, ମୁଁ ସେଠାକୁ ଯାଇ ଯୌନ ଉତ୍ପୀଡନରେ ପୀଡିତାଙ୍କୁ ଭେଟିବାକୁ ଚାହୁଁଛି । କିନ୍ତୁ ମୋତେ ମଣିପୁର ସରକାର ଏକ ପତ୍ରରେ ଉତ୍ତର ଦେଇଛନ୍ତି କି ସେଠାରେ ଏବେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ନାହିଁ । ତେଣୁ ମଣିପୁର ଆସିବାକୁ ରାଜ୍ୟ ସରକାର ତାଙ୍କୁ ବାରଣ କରିଥିଲେ ।