କେଜ୍ରିୱାଲଙ୍କ ଦାବିକୁ କଂଗ୍ରେସ ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ କେଜ୍ରିୱାଲଙ୍କ ଦାବିକୁ କଂଗ୍ରେସ ସମର୍ଥନ ଜଣାଇଛି । କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ବାସଭବନରେ ଚାଲିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ଶେଷରେ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସର ମତ ସାର୍ବଜନୀନ କରାଯାଇପାରେ । ସଂସଦରେ ଅଧ୍ୟାଦେଶ ଆସିଲେ କଂଗ୍ରେସ ଆପ୍ ଓ ଅନ୍ୟ ବିରୋଧୀଦଳଙ୍କ ସହ ଅଧ୍ୟାଦେଶକୁ ବିରୋଧ କରିବ । ବିହାରର ପାଟନାଠାରେ ହୋଇଥିବା ବିରୋଧୀଦଳ ବୈଠକ ପରେ ଆମ୍ ଆଦମୀ ପାର୍ଟି ତରଫରୁ ଏକ ବୟାନ ଆସିଥିଲା ।ଆପ୍ ଅଭିଯୋଗ ଆଣିଥିଲା କି କଂଗ୍ରେସ ବିଜେପି ସହ ମିଶି ଏହି ଅଧ୍ୟାଦେଶ ପାରିତ କରିବାକୁ ଚେଷ୍ଟା କରୁଛି ।