ଆଜି ଚନ୍ଦ୍ରରେ ପହଞ୍ଚିବ ଚନ୍ଦ୍ରଯାନ-୩
ପୁରୀ: ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ-୩ । ମହାକାଶଯାନକୁ ଚନ୍ଦ୍ରର କ୍ଷୀଣ ମାଧ୍ୟାକର୍ଷଣ ସହ ସନ୍ତୁଳନ ରକ୍ଷା କରି କକ୍ଷପଥରୁ ଧୀରେ ଖସିବାକୁ ପଡିବ ଏବଂ ଶେଷରେ ନିରାପଦରେ ଅବତରଣ କରିବାକୁ ପଡିବ। ଲ୍ୟାଣ୍ଡର ଏବଂ ରୋଭର କାର୍ଯ୍ୟ ଠିକ ଚାଲିଲେ ସଫଳତା ମିଳିବ । ମହାକାଶ ବ୍ୟବସ୍ଥା ସହ ଜଡ଼ିତ ବୈଜ୍ଞାନିକମାନେ ଏହାକୁ କଷ୍ଟକର କହୁଥିଲେ ମଧ୍ୟ ଭାରତ ସଫଳତା ପାଇବ ବୋଲି କହିଛନ୍ତି । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ପାର୍ଟସ ଚେକିଂ ସହ ଚାଲିଛି ସିଷ୍ଟମ ଭେରିଫେକେସନ । କଣ୍ଟ୍ରୋଲ ରୁମରେ ଅନବରତ ପ୍ରଚେଷ୍ଟା କରାଯାଉଛି । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ପ୍ରତିକୂଳ ପରିସ୍ଥିତିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚାଇବାକୁ ଯୋଜନା ରଖିଛି ଇସ୍ରୋ । ସମସ୍ୟା ଉପୁଜିଲେ ଆସନ୍ତା ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବାକୁ ଯୋଜନା କରାଯାଇଛି । ଆଜି ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ସଫଳ ହେଲେ ଋଷ, ଆମେରିକା, ଚୀନ ପରେ ଭାରତ ସାଜିବ ଚତୁର୍ଥ ସୁପର ପାଓ୍ବାର । ମୁନ ମିଶନର ସଫଳତା ପାଇଁ ସାରା ଦେଶରେ ହୋମଯଜ୍ଞ କରାଯାଉଛି । ମନ୍ଦିରରେ ଜଳଲାଗି ସହ ହୋମଯଜ୍ଞ କରି ଐତିହାସିକ ମିଶନର ସଫଳତା କାମନା କରିଛନ୍ତି ଦେଶବାସୀ ।