ଆଉ ମାତ୍ର କେଇ ଘଣ୍ଟା ପରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଲ୍ୟାଣ୍ଡର

ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ନିକଟତର ହୋଇଛି । ଆଜି ପୁଣି ଫଟୋ ପଠାଇଛି ଲ୍ୟାଣ୍ଡର । ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ଚନ୍ଦ୍ରପୃଷ୍ଠରେ ଓହ୍ଲାଇବା ପାଇଁ ମିଶନ ଶେଷ ପର୍ଯ୍ୟାୟରେ  । ଚନ୍ଦ୍ରଯାନ ଲ୍ୟାଣ୍ଡ କରିବା ବେଳକୁ ସୂର୍ଯ୍ୟକିରଣ ନିହାତି ଦରକାର  ।  ୨୨ ତାରିଖ ଭିତରେ ଚନ୍ଦ୍ର ଯେଉଁଠି ଅବତରଣ କରିବ ସେଠାରେ ସୂର୍ଯ୍ୟ ଉଦୟ ହେବାର ସଂଭାବନା ରହିଛି । ସେହି ସ୍ଥାନରେ ଏବେ ଅନ୍ଧାର ଥିବାରୁ ଆଉ ଦୁଇ ଦିନ ଅପେକ୍ଷା କରିବାକୁ ପଡିବ । ୧୪ ଦିନ ଯାଏ ସେହି ସ୍ଥାନରେ ସୂର୍ଯ୍ୟକିରଣ ରହିବ । ତେଣୁ ଲ୍ୟାଣ୍ଡର ଏବଂ ରୋଭର ଆଲୋକ ରୁ ଶକ୍ତି ପାଇବେ । ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫ୍ଟ ଲାଣ୍ଡିଂ କରିବାରେ ଭାରତ ପ୍ରଥମ ଦେଶ ହେବ କି ନାହିଁ ତାହା ଜାଣିବା ପାଇଁ ଆଉ ଦୁଇ ଦିନ ଅପେକ୍ଷା କରିବାକୁ ପଡିବ ।