ଶ୍ରୀହରିକୋଟା : ଆଜି ଅପରାହ୍ନ ୨ ଟା ୩୫ରେ ଉତକ୍ଷେପଣ ହେବ ଚନ୍ଦ୍ରାୟଣ -3 । ଇସ୍ରୋର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କେବଳ ଭାରତ ନୁହେଁ ସାରା ବିଶ୍ବ ଚନ୍ଦ୍ରାୟନର ଉତକ୍ଷେପଣ ପାଇଁ ଅପେକ୍ଷା କରିଛି । ଚନ୍ଦ୍ର ଯାତ୍ରା ପାଇଁ ଏହା ହେଉଛି ଭାରତର ତୃତୀୟ ମିଶନ, ଯେଉଁଥି ପାଇଁ ଦୀର୍ଘ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ଇସ୍ରୋ ବୈଜ୍ଞାନିକମାନେ । ଏବେ ଚାଲିଛି କାଉଣ୍ଟଡାଉନ । ଏହାର ସମୁଦାୟ ଓଜନ 2145 କେଜି ରହିଛି । ଲ୍ୟାଣ୍ଡର 1749 କେଜି ଏବଂ ରୋଭର 26 କେଜି ରହିଛି । ପେଲୋଡ ସହ 3900 କେଜି ରହିଛି । ପୃଥିବୀ ଚାରିପଟେ ଚନ୍ଦ୍ରାୟନ 23 ଦିନ ବୁଲିବ । ତାପରେ ଚନ୍ଦ୍ର ପାଖକୁ ଯିବାକୁ 7 ଦିନ ଲାଗିବ । ଚନ୍ଦ୍ର ଚାରିପାଖେ 13 ଦିନ ବୁଲିବ । ଚନ୍ଦ୍ରାୟଣ -3 ମିଶନ ଶ୍ରୀହରିକୋଟାରୁ ଆଜି ଅପରାହ୍ନ 2.35ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟଣ ସଫ୍ଟ ଲ୍ୟାଣ୍ତିଂ କରିବ ବୋଲି ଆଶା ରଖିଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।
Countdown begins for launch of #Chandrayaan3, India's third lunar exploration mission.
Indian Space Research Organisation (#ISRO) to launch Chandrayaan-3 by LVM3 rocket at 2.35 pm tomorrow from Sathish Dhawan Space Centre, Sriharikota. @isro pic.twitter.com/VyOWVLhgxo
— All India Radio News (@airnewsalerts) July 13, 2023
Chandrayaan-3 mission:
The ‘Launch Rehearsal’ simulating the entire launch preparation and process lasting 24 hours has been concluded.Mission brochure: https://t.co/cCnH05sPcW pic.twitter.com/oqV1TYux8V
— ISRO (@isro) July 11, 2023
ଚନ୍ଦ୍ରାୟନ -୩ ମହାକାଶଯାନ, ଯାହାକି ଏଲଭିଏମ-୩ (ଲଞ୍ଚ ଯାନ ମାର୍କ -୩) ଦ୍ୱାରା ଉତକ୍ଷେପଣ ହେବ। ଏହା ତିନୋଟି ମଡ୍ୟୁଲ- ପ୍ରପୁଲଶନ, ଲ୍ୟାଣ୍ଡର ଏବଂ ରୋଭରର ଏକ ମିଶ୍ରଣ । ରୋଭର ଚନ୍ଦ୍ର ପୃଷ୍ଠକୁ ଅଧ୍ୟୟନ କରିବ ଏବଂ ଏହା ଲ୍ୟାଣ୍ଡର ଭିତରେ ସ୍ଥାପିତ ହୋଇ ରହିଛି। ଇସ୍ରୋ ମୁଖ୍ୟ ଏସ ସୋମନାଥ ଘୋଷଣା କରିଛନ୍ତି ଯେ ଜୁଲାଇ ୧୯ ପର୍ୟ୍ୟନ୍ତ ଉତକ୍ଷେପଣ ୱିଣ୍ଡୋ ଖୋଲା ରହିବ । ଏଥର ଏହି ମିଶନ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିବ ବୋଲି ସୋମନାଥ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଚନ୍ଦ୍ର ପୃଷ୍ଠରେ ସଫଳ ଲ୍ୟାଣ୍ଡିଂକୁ ଫୋକସ କରାଯାଇଥିବାବେଳେ ଏନେଇ ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅଧିକ ପଦକ୍ଷେପ ଏବଂ ଏକ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରାଯାଇଛି । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତା’ର କକ୍ଷ ପଥରେ ଅବସ୍ଥାପିତ ହେବ। ତେବେ ଲ୍ୟାଣ୍ଡର ବିକ୍ରମ, ରୋଭର ପ୍ରଜ୍ଞାନ ଅଗଷ୍ଟ ୨୩ରେ ଚନ୍ଦ୍ରରେ ଚନ୍ଦ୍ରୟାନ-୩କୁ ଲ୍ୟାଣ୍ଡ କରିବେ ବୋଲି ଅନୁମାନ କରାଯାଉଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ଇତିମଧ୍ୟରେ ରିହର୍ସାଲ ଶେଷ ହୋଇଛି । LVM-3 ରକେଟ ଯୋଗେ ଚନ୍ଦ୍ରୟାନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଲ୍ୟାଣ୍ଡର ମଡ୍ୟୁଲ ଯାହାର ନାମ ବିକ୍ରମ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ଯାହାର ନାମ ପ୍ରଜ୍ଞାନ ପ୍ରସ୍ତୁତ ହୋଇଛି । ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ସହ ରୋଭିଂକୁ ଅଧିକ ସୁଗମ କରିବା ଚନ୍ଦ୍ରୟାନ-୩ର ଲକ୍ଷ୍ୟ ।
Indian Space Research Organisation #ISRO to launch #Chandrayaan3 by LVM3 rocket at 2.35 pm today from Sriharikota. pic.twitter.com/8f5cBjXlnY
— All India Radio News (@airnewsalerts) July 14, 2023
ବାଲୁକାକଳାରେ ଚନ୍ଦ୍ରୟାନ
Vijayee Bhava!
As India attempts to land on the moon with #Chandrayan3, We wish success for the mission . My SandArt installation with 500 steel bowls with a message “Vijayee Bhava”, at Puri beach in Odisha . @isro pic.twitter.com/vwbbO3rJNf— Sudarsan Pattnaik (@sudarsansand) July 14, 2023