ଲଞ୍ଚ ପାଇଁ ପ୍ରସ୍ତୁତ ‘ଚନ୍ଦ୍ରାୟଣ -୩’
ଚନ୍ଦ୍ରାୟଣ -୩ ର ଶୁଭାରମ୍ଭ ପାଇଁ ଆନୁମାନିକ ତାରିଖ ୧୨ ରୁ ୧୯ ଜୁଲାଇ ମଧ୍ୟରେ ସ୍ଥିର କରାଯାଇଛି। ଯଦି ସବୁକିଛି ଠିକ ହୁଏ ଏବଂ ଯୋଜନା ଅନୁଯାୟୀ ଚାଲେ, ତେବେ ଏହା ଜୁଲାଇ ୧୩ ରେ ଲଞ୍ଚ ହେବ । ଚନ୍ଦ୍ରାୟନ ୨ ପରେ ଏହା ଭାରତର ତୃତୀୟ ଚନ୍ଦ୍ର ମିଶନ ଅଟେ।
🚀LVM3-M4/Chandrayaan-3🛰️ Mission:
Today, at Satish Dhawan Space Centre, Sriharikota, the encapsulated assembly containing Chandrayaan-3 is mated with LVM3. pic.twitter.com/4sUxxps5Ah
— ISRO (@isro) July 5, 2023
— ISRO (@isro) July 5, 2023
ଲଞ୍ଚ ପାଇଁ ପ୍ରସ୍ତୁତି ଚାଲିଥିବା ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ ‘ଚନ୍ଦ୍ରାୟଣ -୩’ ଏହାର ଏନକାପସୁଲେଡ୍ ଆସେମ୍ବଲି ବୁଧବାର ଏହାର ଲଞ୍ଚ ଯାନ ((LVM3) ) ସହିତ ଯୋଡା ହୋଇଛି । ଲଞ୍ଚ୍ ଭେଇକିଲ୍ ମାର୍କ -୩ ((LVM3) ୩) ହେଉଛି ଏକ ତିନି ପର୍ୟ୍ୟାୟ ମଧ୍ୟମ-ଲିଫ୍ଟ ଉତକ୍ଷେପଣ ଯାନ । ଯାହା ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଦ୍ୱାରା ବିକଶିତ ହୋଇଛି । ଓଝଜଙ ଟୁଇଟ୍ କରି ଏହି ସୂଚନା ଦେଇଛି, ଆଜି ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଚନ୍ଦ୍ରାୟଣ -୩ ର ଏନକାପସୁଲେଡ୍ ଆସେମ୍ବଲି LVM3 ସହିତ ସଂଯୁକ୍ତ ହୋଇଛି। ଏହି ଘଟଣାର କିଛି ଚିତ୍ର ଏବଂ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।