ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତାମୂଳକ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି- ପଏଣ୍ଟ-ଅଫ-ସେଲ ଡିଲରଙ୍କ ଲାଗି ପଞ୍ଜିକରଣ ହୋଇଛି ବାଧ୍ୟତାମୂଳକ । କେନ୍ଦ୍ର ସରକାର ୫୨ ଲକ୍ଷ ମୋବାଇଲ କନେକ୍ସନକୁ ଡିସକନେକ୍ଟ କରିଛନ୍ତି । ଏହା ସହ ବଲ୍କ କନେକସନ ଲାଗି ରହିଥିବା ବ୍ୟବସ୍ଥା ହୋଇଛି ଉଚ୍ଛେଦ । ନିୟମ ଉଲ୍ଲଂଘନ କରୁଥିବା ଡିଲରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମନା ଲାଗିବ । ଦେଶର ୬୭ ହଜାର ଡିଲରଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ଗତ ମେ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସିମ୍ କାର୍ଡ ହୋଲଡରମାନଙ୍କ ବିରୋଧରେ ୩ ଶହ ଏଫଆଇଆର ରୁଜୁ କରାଯାଇଛି । ବିଭିନ୍ନ ଜାଲିଆତି କାର୍ଯ୍ୟକଳାପରେ ଜଡିତ ଥିବା ୬୬ ହଜାର ଆକାଉଣ୍ଟକୁ ହ୍ବାଟ୍ସଆପ ବ୍ଲକ କରିଛି । ମନ୍ତ୍ରୀ କହିଛନ୍ତି- ୧୦ ଲକ୍ଷ ସିମ୍ ଡିଲର ଅଛନ୍ତି ଏବଂ ପୋଲିସ ଯାଞ୍ଚ ଲାଗି ସେମାନଙ୍କୁ ଅଧିକ ସମୟ ଦିଆଯାଇଛି ।