ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂଆ ଘର ନିର୍ମାଣ ତଦନ୍ତ ଆରମ୍ଭ କଲା ସିବିଆଇ

ଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନିର୍ମାଣରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ ।  ଦିଲ୍ଲୀ ସରକାରଙ୍କ ଜଣେ ଅଜ୍ଞାତ ସରକାରୀ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ ଦାୟର କରାଯାଇଛି। ଯଦି ତଦନ୍ତରୁ ପର୍ଯ୍ୟାପ୍ତ ତଥ୍ୟ ସାମ୍ନାକୁ ଆସେ ତେବେ ଜାତୀୟ ତଦନ୍ତକାରୀ ଏଜେନ୍‌ସି ସିବିଆଇ ଏ ସଂପର୍କରେ ମାମଲା’ ରୁଜୁ କରିବ।ସିବିଆଇ ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗକୁ ଏ ସଂପର୍କରେ ଚିଠି ଲେଖି ପିଡବ୍‌ଲ୍ୟୁଡି ଅଧିକାରୀଙ୍କ ଅନୁମୋଦନ କିମ୍ବା ସଂଶୋଧନର ରେକର୍ଡ ସମେତ ସମସ୍ତ ଦସ୍ତାବିଜର ନକଲ ପ୍ରଦାନ କରିିବାକୁ କହିଛି।