ଅପରାଧିଙ୍କ ଘର ଭାଙ୍ଗିପାରିବେନି ସରକାର, ଏଥିପାଇଁ ଗାଇଡଲାଇନ ଆବଶ୍ୟକ

ସୁପ୍ରିମକୋର୍ଟ କଲେ ତାଗିଦ

ନୂଆଦିଲ୍ଲୀ: ଜନସାଧାରଣଙ୍କ ଘର ସରକାର ଭାଙ୍ଗିବା ବେଆଇନ । ଅପରାଧିଙ୍କୁ ଏହା ଦ୍ବାରା ବଦଳାଯାଇପାରିବ ନାହିଁ । ତେବେ ଯେଉଁମାନେ ଜବରଦଖଲ କରିଛନ୍ତି ତାହାକୁ ସରକାର ଭାଙ୍ଗିପାରିବେ । କିନ୍ତୁ ସେଥିପାଇଁ ଗାଇଡଲାଇନ ଆଣିବାକୁ ପଡ଼ିବ ।  ଭାରତ ଏକ ଧର୍ମନିରପେକ୍ଷ ଦେଶ  ହୋଇଥିବାରୁ ଜବରଦଖଲ ଉଚ୍ଛେଦ ବେଳେ କାହାରି ଧର୍ମକୁ ଦେଖାଯିବ ନାହିଁ ବୋଲି କହିଛନ୍ତି ସୁପ୍ରିମକାର୍ଟ । ତେବେ କିଏ ଯଦି ଅପରାଧ କଲା, ତାର ଘର ଦ୍ଵାର ଭାଙ୍ଗିବା ବେଆଇନ । ବୁଲଡୋଜର ଆକ୍ସନ ଉପରେ ଏମିତି କହିଛନ୍ତି ସୁପ୍ରିମକୋର୍ଟ । ତେବେ ଚୁଡ଼ାନ୍ତ ରାୟ ପ୍ରକାଶ କରିନାହାଁନ୍ତି ସୁପ୍ରିମକୋର୍ଟ ।

ଦିଲ୍ଲୀର କିଛି ଅଭିଯୁକ୍ତଙ୍କ ଘର ଭଙ୍ଗାଯିବାରୁ ନ୍ୟାୟ ପାଇଁ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ ଭାବେ କହିଛନ୍ତି, ଜଣେ ଯେତେ ବଡ଼ ଅପରାଧ କରିଥାଉ ପଛେ, ତାର ଘରଦ୍ଵାର ଭଙ୍ଗାଯାଇପାରିବ ନାହିଁ । ଦିନକ ଆଗରୁ ନାମକୁ ମାତ୍ର ନୋଟିସ୍ ଦେଇ ଘର ଭାଙ୍ଗିବା ଠିକ୍ ନୁହେଁ ।

ଧାର୍ମିକ ପୀଠକୁ ନେଇ ମଧ୍ୟ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ଶୁଣାଇଛନ୍ତି । ଏଥିରେ କୋର୍ଟ କହିଛନ୍ତି, ଯଦି ଜବରଦଖଲ କରି କୌଣସି ଧାର୍ମିକ ପୀଠ କରାଯାଇଥାଏ । ଏହା ଯଦି ଜନସାଧାରଣଙ୍କ ପ୍ରତି ବିପଦ ସୃଷ୍ଟି କରେ ତେବେ କାହାର ଧର୍ମକୁ ନ ଦେଖି ତାକୁ ଉଚ୍ଛେଦ କରାଯିବ । କିନ୍ତୁ ଜବରଦଖଲ ଉଚ୍ଛେଦ ନାଁରେ କାହାର ଘର ଦ୍ଵାର ଭଙ୍ଗା ଯାଇପାରିବନି ।

ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ କୌଣସି ଅଭିଯୁକ୍ତର ଘର ନ ଭାଙ୍ଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାରା ଦେଶରେ ଏପରି କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତାଦେଶ ଜାରି କରାଯାଇଛି । ଆସାମ ସରକାର ଜଣେ ଅଭିଯୁକ୍ତଙ୍କ ଘର ଉଚ୍ଛେଦ କରିବାରୁ ଗତକାଲି ଅଦାଲତ ଅବମାନନା ନୋଟିସ ଜାରି କରାଯାଇଥିଲା ।