BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି

ଡବଲ୍ ହେଲା BLOଙ୍କ ପାରିଶ୍ରମିକ। ପାରିଶ୍ରମିକକୁ ଦୁଇଗୁଣା ବୃଦ୍ଧି କଲେ ନିର୍ବାଚନ କମିଶନ । BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଭୋଟର ତାଲିକା ଅପଡେଟ୍ ପାଇଁ ମିଳିବ ଅତିରିକ୍ତ ଦୁଇ ହଜାର ଟଙ୍କା। ପୂର୍ବରୁ ଏଥିପାଇଁ ହଜାରେ ଟଙ୍କା ପ୍ରଦାନ କରାଯାଉଥିଲା। BLO ସୁପରଭାଇଜରଙ୍କୁ ଏଣିକି ୧୨ ହଜାର ବଦଳରେ ମିଳିବ ୧୮ ହଜାର ଟଙ୍କା ।  ERO ବା ଭୋଟର ତାଲିକା ପଞ୍ଜିକରଣ ଅଧିକାରୀ ଏବଂ AEROଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପୂର୍ବରୁ ଏମାନଙ୍କୁ କୌଣସି ପାରିଶ୍ରମିକ ମିଳୁନଥିଲା । ୨୦୧୫ ପରେ ପାରିଶ୍ରମିକରେ ସଂଶୋଧନ କରିଛନ୍ତି ନିର୍ବାଚନ କମିଶନ।

Leave a comment