ଜମ୍ମୁକାଶ୍ମୀରରେ କିଏ ଗଢ଼ିବ ସରକାର?

ଓମର ଅବଦୁଲ୍ଲା ହେବେ କି ମୁଖ୍ୟମନ୍ତ୍ରୀ? ସେ ଗାନ୍ଦେରବଲ ଓ ବଡ଼ଗାମରୁ ମଇଦାନକୁ ଓହ୍ଲାଇଛନ୍ତି। ଗାନ୍ଦେରବଲ ହେଉଛି ନ୍ୟାସନାଲ କନଫରେନ୍ସର ଗଡ଼। ଏଠାରେ ଅବଦୁଲ୍ଲା ପରିବାରର ୩ ପିଢ଼ିଙ୍କୁ ଲୋକମାନେ ନିର୍ବାଚିତ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ବି ଏଠାରୁ ଓମାର ଅବଦୁଲ୍ଲା ଆଗରେ ଅଛନ୍ତି ଓ ନିଜ ବିଜୟକୁ ନେଇ ଦୃଢ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ତେବେ ବିଜେପି କିଛି ଖେଳ ନଖେଳିବା ପାଇଁ ସେ ଚେତାବନୀ ଦେଇଛନ୍ତି ।

ପିଡିପି ମୁଖ୍ୟ ମେହବୁବା ମୁଫତି ଏଥର ନିଜେ ନିର୍ବାଚନଠୁ ଦୂରେଇ ଯାଇଥିବା ବେଳେ ତାଙ୍କ ଝିଅ ଶ୍ରୀଗୁଫବାରା- ବିଜବେହାରା ସିଟ୍‌ରୁ ମଇଦାନକୁ ଓହ୍ଲାଇଛନ୍ତି। ବିଜେପିର ପ୍ରଦେଶ ଅଧ୍ୟକ୍ଷ ରବୀନ୍ଦ୍ର ସୈନୀ ନୌଶୋରା ସିଟ୍‌ରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ପ୍ରାରମ୍ଭିକ ଟ୍ରେଣ୍ଟରେ କଂଗ୍ରେସ-ଏନସିପି ମେଣ୍ଟ ଆଗୁଆ ରହିଛି ।