ଭୋପାଳ: ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ରେ ସକାଳେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ଟି ରାନୀ କମଲାପତି ଷ୍ଟେସନ୍ରୁ ଦିଲ୍ଳୀର ନିଜାମୁଦ୍ଦିନ ଆଡ଼େ ଯାଉଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ତେବେ ଘଟଣା ଜଣାପଡିବା ପରେ ସମସ୍ତ ଯାତ୍ରୀଙ୍କୁ ଟ୍ରେନରୁ ବାହାର କରିଦିଆଯାଇଥିଲା । ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍ର ୧୪ ନମ୍ବର କୋଚ୍ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥିଲା। ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହର କରାଯାଇଛି ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।
Trending
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ